
ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପୂର୍ବରୁ ରୋଗୀ କରୋନା ନେଗେଟିଭ୍ ଥିବା ବେଳେ ମୃତ୍ୟୁ ବେଳକୁ କରୋନା ପଜିଟିଭ୍ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେଣୁ ବଳକା ଟଙ୍କା ନ ଦେଲେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ହସ୍ପିଟାଲ କର୍ତୃପକ୍ଷ ଜିଦ୍ ଧରିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ମୃତକଙ୍କ ପରିବାର ଏକ ହ୍ବାଟସ୍ଆପ୍ ବାର୍ତା ଜରିଆରେ ସାହାଯ୍ୟ ଭିକ୍ଷା କରିଛନ୍ତି।
ବାଲେଶ୍ବର ଅଞ୍ଚଳର ଜଣେ ରୋଗୀ ଗତ ୧୯ ତାରିଖରେ ରାଜଧାନୀର ସଂପୃକ୍ତ ହସ୍ପିଟାଲରେ ଭର୍ତି ହୋଇଥିଲେ। ଚିକିତ୍ସା ବାବଦରେ ହସ୍ପିଟାଲ କର୍ତୃପକ୍ଷ ୬ ଲକ୍ଷ ଟଙ୍କା ନେଇ ସାରିଛନ୍ତି। ତେବେ ଦୁଇଦିନ ତଳେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ରୋଗୀଙ୍କ ସଂପର୍କୀୟଙ୍କୁ ଆହୁରି ୨ଲକ୍ଷ ଟଙ୍କା ମଗା ଯାଉଛି। ୨ଲକ୍ଷ ଟଙ୍କା ଦେଲେ ମୃତକଙ୍କ କୋଭିଡ୍ ପଜିଟିଭ୍ର ରିପୋର୍ଟ ନେଗେଟିଭ୍ ରିପୋର୍ଟ ଦିଆଯିବ ବୋଲି ତାଙ୍କ ସଂପର୍କୀୟ ବିଶ୍ବଜିତ ବିଶ୍ବାଳ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷ ମୃତଦେହକୁ ଛାଡ଼ି ନ ଥିବା ସୂଚନା ମିଳିଛି।
The post ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ, ୨ଲକ୍ଷ ଦେଲେ କୋଭିଡ୍ ପଜିଟିଭ୍ ରିପୋର୍ଟ ନେଗେଟିଭ୍ first appeared on Sambad.
from କରୋନା – Sambad https://ift.tt/3qqdwOQ
0 Comments