ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୯୫ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫,୫୫୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୫ ଲକ୍ଷ ୩୪ ହଜାର ୯୬୪ରେ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୮୯ ଲକ୍ଷ ୭୩ ହଜାର ୩୭୩କୁ ବୃଦ୍ଧି ପାଇଛି। ଆରୋଗ୍ୟ ହାର ୯୪.୧୧ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୪୫ ପ୍ରତିଶତକୁ ଖସି ଆସିଛି। ସକ୍ରିୟ ମାମଲା ଲଗାତାର ଭାବେ ୫ ଲକ୍ଷରୁ କମ୍‌ ରହୁଛି। ତେବେ ସକ୍ରିୟ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ଲଗାତାର ୬ ଦିନ ଧରି ଅଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୭୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ୩୫,୫୫୧ ନୂଆ ମାମଲା ରହିଛି। ଦେଶରେ ସକ୍ରିୟ ମାମଲା ୪.୫ ପ୍ରତିଶତକୁ ଖସି ଆସିଛି। ଏବେ ମୋଟ୍‌ ୪ ଲକ୍ଷ ୨୨ ହଜାର ୯୪୩ ସକ୍ରିୟ ମାମଲା ଥିବାବେଳେ ଏହା ମୋଟ୍‌ ପଜିଟିଭ୍‌ ମାମଲାର ୪.୪୪ ପ୍ରତିଶତ। ୧୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୭୭.୬୪ ପ୍ରତିଶତ ଆରୋଗ୍ୟ ରହିଛନ୍ତି।

ଦିଲ୍ଲୀରେ ପଜିଟିଭ୍‌ ହାର ଗତ ସପ୍ତାହରେ କମିଛି। ନଭେମ୍ବର ୨୬ରେ ଦିଲ୍ଲୀରେ ପଜିଟିଭ୍‌ ହାର ୮.୬୫ ପ୍ରତିଶତ ଥିବାବେଳେ ଏହା ଡିସେମ୍ବର ୨ରେ ୫ ପ୍ରତିଶତକୁ କମିଯାଇଛି। ଦିଲ୍ଲୀରେ ମଧ୍ୟ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ସଂଖ୍ୟା ବୃଦ୍ଧି ପାଇଛି। ନଭେମ୍ବର ୨୬ରୁ ଡି‌ସେମ୍ବର ୨ ମଧ୍ୟରେ ଦିଲ୍ଲୀରେ ପ୍ରତିଦିନ ପ୍ରାୟ ୧୦୦ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବଢ଼ୁଛି। ଏଯାବତ୍‌ ଦିଲ୍ଲୀ‌ରେ ମୋଟ୍‌ ୫,୭୭୨ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ରହିଛି।

The post ସଂକ୍ରମଣ ୯୫ ଲକ୍ଷ ଟପିଲା, ଲଗାତାର ୬ ଦିନ ଧରି ସକ୍ରିୟ ମାମଲା ଅପେକ୍ଷା ଆରୋଗ୍ୟଙ୍କ ସଂଖ୍ୟା ଅଧିକ first appeared on Sambad.



from କରୋନା – Sambad https://ift.tt/39Ck477