ଲଣ୍ଡନ୍‌: ପତଞ୍ଜଳି ପ୍ରସ୍ତୁତ ‘ଇମ୍ୟୁନିଟି ବୁଷ୍ଟର୍‌’ ବଟିକା ‘କରୋନିଲ୍‌’ ବଟିକା ଲଣ୍ଡନ୍‌ର ଦୋକାନମାନଙ୍କରେ ବିକ୍ରୟ ହେଉଥିବା ଜଣାପଡ଼ିଛି।
ରାଜଧାନୀର (ଲଣ୍ଡନ୍‌) ଏସୀୟ ଅଧିବାସୀ ବହୁଳ ଅଞ୍ଚଳରେ ଥିବା ଦୋକାନମାନଙ୍କରେ ଭାରତରେ ପ୍ରସ୍ତୁତ ହୋଇଥିବା ଜଡ଼ିବୁଟି ଔଷଧ ‘କରୋନିଲ୍‌’ ବିକ୍ରୟ ହେଉଛି ବୋଲି ‘ବିବିସି ନିଉଜ୍‌’ ରିପୋର୍ଟ କରିଛି।

‘କରୋନିଲ୍‌’ ବଟିକାର ବିଜ୍ଞାପନରେ ‘କୋଭିଡ୍‌-୧୯’ ଏବଂ ‘ବୁଷ୍ଟିଙ୍ଗ୍‌ ଇମ୍ୟୁନିଟି’ ପ୍ରସଙ୍ଗ ଉଲ୍ଲେଖ କରିବାକୁ ଇଂଲଣ୍ଡ୍‌ର ବିଜ୍ଞାପନ ନିୟମାବଳୀ ନିଷେଧ କରିଛି। ‘କରୋନିଲ୍‌’ର କୌଣସି ପ୍ରକାର ବ୍ୟବହାର ନିମନ୍ତେ ମଧ୍ୟ ଇଂଲଣ୍ଡର ‘ମେଡିସିନ୍‌ସ୍‌ ଆଣ୍ଡ୍‌ ହେଲ୍‌ଥ୍‌କେୟାର୍‌ ପ୍ରଡକ୍ଟ ରେଗୁଲେଟରି ଏଜେନ୍‌ସି’ (ଏମ୍‌ଏଚ୍‌ଆର୍‌ଏ) ଅନୁମୋଦନ ଦେଇନାହିଁ।

Image Courtesy of Indiansingulf

ଇଂଲଣ୍ଡ ବଜାରରେ ଅଣସ୍ୱୀକୃତ ଔଷଧୀୟ ସାମଗ୍ରୀ ବିକ୍ରୟ କରାଗଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ‘ଏମ୍‌ଏଚ୍‌ଆର୍‌’ କହିଥିବା କଥା ‘ବିବିସି’ ଉଲ୍ଲେଖ କରିଛି।

ଏହି ବଟିକା ‘କୋଭିଡ୍‌-୧୯’ ସଂକ୍ରମଣରୁ କୌଣସି ସୁରକ୍ଷା ଦେଉନାହିଁ ବୋଲି ପରୀକ୍ଷାରୁ ଜଣାପଡ଼ିଥିବା କଥା ‘ବିବିସି’ କହିଛି। ‘ବର୍ମିଙ୍ଗ୍‌ହାମ୍‌ ୟୁନିଭର୍ସିଟି’ ଲ୍ୟାବ୍ରୋଟରିରେ ଜଡ଼ିବୁଟିରୁ ପ୍ରସ୍ତୁତ ଏହି ଔଷଧକୁ ‘ବିବିସି’ ପରୀକ୍ଷା କରାଇଥିଲା। ଏହା କୋଭିଡ୍‌-୧୯ରୁ ସୁରକ୍ଷା ଦେଇ ପାରୁ ନ ଥିବା ସେଥିରୁ ଜଣାପଡ଼ିଛି।

The post ‘ଏମ୍‌ଏଚ୍‌ଆର୍‌’ ଅନୁମୋଦନ ବିନା ଲଣ୍ଡନ୍‌ ଦୋକାନରେ ବିକ୍ରୟ ହେଉଛି ପତଞ୍ଚଳିର ‘କରୋନିଲ୍‌’ ବଟିକା first appeared on Sambad.



from କରୋନା – Sambad https://ift.tt/3ar8FHL