ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୪,୩୩୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୫,୫୬୦ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୩୩୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୩୩ ମୃତ୍ୟୁ ରେକର୍ଡ କରାଯାଇଛି। ରବିବାର ଠାରୁ ଆଜିର ସଂକ୍ରମଣ ହାର ୮.୫% କମ୍ ରହିଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୫, ୮୧୦ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୫,୫୬୦ରେ ପହଞ୍ଚିଛି।
ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୬, ୦୬, ୧୧୧। ସମ୍ପ୍ରତି ଜାତୀୟସ୍ତରରେ ସୁସ୍ଥତାହାର ୯୫.୫୩ ଥିବା ବେଳେ ମୃତ୍ୟୁହାର ୧.୪୫%ରେ ରହିଛି।
ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୦୩,୬୩୯। ଏହା ହେଉଛି ସମୁଦାୟ ଆକ୍ରାନ୍ତସଂଖ୍ୟାର ୩.୦୨%। କ୍ରମାଗତ ଅଷ୍ଟମ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୩୦ ହଜାର ତଳକୁ ରହିଛି।
ଏବେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଥିବା ରିପୋର୍ଟ କରାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଜାନୁଆରି ମାସରେ ଭାରତରେ କୋଭିଡ୍-୧୯ ବିପକ୍ଷରେ ଟିକାକରଣ ଆରମ୍ଭ ହୋଇପାରେ। ଟିକାର ନିରାପତ୍ତା ଓ ଫଳପ୍ରଦତା ଉପରେ ସରକାର ଗୁରୁତ୍ୱ ଦେଉଥିବା କଥା ସେ କହିଛନ୍ତି। ଦେଶରେ କୋଭିଡ୍-୧୯ ଟିକାକରଣ ପ୍ରସ୍ତୁତି ନିମନ୍ତେ ଗତ ୪ ମାସ ହେବ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ କାର୍ଯ୍ୟ କରୁଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।
The post ୨୪,୩୩୭ ନୂଆ ମାମଲା ସହ ୧,୦୦,୫୫,୫୬୦ରେ ପହଞ୍ଚିଲା ଦେଶରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/37zZnXR
0 Comments