
ଵାସିଂଟନ : ଆମେରିକୀୟ ଭେଷଜ କମ୍ପାନି ଫାଇଜର ଦ୍ବାରା ବିକଶିତ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଭେଷଜ ନିୟାମକ ଶୁକ୍ରବାର ସ୍ବୀକୃତି ପ୍ରଦାନ କରିଛି। ଏହାର କିଛି ସମୟ ପରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଏକ ଭିଡିଓ ବାର୍ତ୍ତାରେ ନଅ ମାସ ଭିତରେ ଆମେରିକା ଏକ ଫଳପ୍ରଦ ଟିକା ବିକଶିତ କରିପାରିଲା ବୋଲି କହିଛନ୍ତି। ଏପରିକି ଏହା ଏକ ଐତିହାସିକ ଉପଲବ୍ଧି ଏବଂ ଭେଷଜ ଅଲୌକିକତା ବୋଲି କହିବାକୁ ସେ ଭୁଲିନାହାନ୍ତି। ଏଥି ସହିତ ଟିକାର ପ୍ରଥମ ମାତ୍ରା ଚବିଶ ଘଣ୍ଟା ଭିତରେ ପ୍ରୟୋଗ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅପରପକ୍ଷେ, ମହାମାରୀ କୋଭିଡ୍ ପାଇଁ ସେ ଚୀନ୍କୁ ପୁଣି ପୂର୍ବ ପରି ଦାୟୀ କରି ନିଜର ରୋଷକୁ ଦୋହରାଇଛନ୍ତି। ବିଶ୍ବର ପ୍ରଥମ ଦେଶ ଭାବେ ଆମେରିକା ଏକ ପ୍ରମାଣସିଦ୍ଧ ଓ ଫଳପ୍ରଦ କୋଭିଡ୍ ଟିକା ଆଣିପାରିଛି। ଆମେରିକାର ଅସୀମ ଦକ୍ଷତାର ଏହା ପରିମାପକ ବୋଲି ଟ୍ରମ୍ପ୍ ଏହି ଅବସରରେ କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଓ କୋଣଅନୁକୋଣକୁ ଉକ୍ତ ଟିକାର ବିତରଣ ହୋଇସାରିଛି ଏବଂ ଆସନ୍ତାକାଲି ଏହାର ପ୍ରଥମ ମାତ୍ରା ଦିଆଯିବ ବୋଲି ଟ୍ରମ୍ପ୍ କହିଛନ୍ତି।
The post କୋଭିଡ୍ ଟିକାକୁ ସ୍ବୀକୃତି ପରେ ଟ୍ରମ୍ପ୍ଙ୍କ ବୟାନ, ଆମେ ୯ ମାସରେ କରି ଦେଖାଇଲୁ first appeared on Sambad.
from କରୋନା – Sambad https://ift.tt/3mbuihu
0 Comments