ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ପାଇଁ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ ଏବଂ ଦିନକରେ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର ବିଶାଳ ନିର୍ବାଚନୀ ମେସିନାରିକୁ କାମରେ ଲଗାଇ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଟିକାର ୬୦ କୋଟି ମାତ୍ରା ୩୦ କୋଟି ଲୋକଙ୍କ ପାଖରେ ପହଞ୍ଚାଇବେ। ଏ ବାବଦରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଟିକାକରଣ ସଂଚାଳନ ପ୍ରକ୍ରିୟା ନେଇ ନିର୍ଦ୍ଦେଶାବଳି ପ୍ରଦାନ କରିଛନ୍ତି। ଦେଶରେ ୭ ଦିନ ଧରି ଦେଶରେ କରୋନା ମୃତ୍ୟୁ ୫୦୦ରୁ କମ୍‌ ରହିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ୪୪୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୨ ହଜାର ୬୨୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସଂକ୍ରମଣ ମାମଲା ଆଜି ପୁଣି ୩୦ ହଜାରରୁ ଅଧିକ ରହିଛି।

The post ଭାରତରେ ଟିକାକରଣ ପ୍ରସ୍ତୁତି, ଗୋଟିଏ କେନ୍ଦ୍ରରେ ଦିନକରେ ୧୦୦ ଜଣଙ୍କୁ ଟିକା ଦିଆଯିବ first appeared on Sambad.



from କରୋନା – Sambad https://ift.tt/3mc9gz9