ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୬, ୪୩୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୨୨୪, ୩୦୩ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬, ୪୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୫୨ ମୃତ୍ୟୁ ରେକର୍ଡ କରାଯାଇଛି।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୮,୧୫୩ରେ ପହଞ୍ଚିଛିବା ସହ ମୃତ୍ୟୁହାର ୧.୪୫% ରହିଛି।

Image Courtesy of NDTV

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୪,୯୦୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୮, ୦୭, ୫୬୯। ଏହି ତଥ୍ୟ ଅନୁସାରେ, ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୫.୯୨% ରହିଛି।

Image Courtesy of Hindustan Times

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୬୮,୫୮୧। ଆଜିକୁ ମିଶାଇ କ୍ରମାଗତ ୮ଦିନ ହେବ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ତଳକୁ ରହିଛି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାର ୨.୬୩% ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି।

ସଦ୍ୟତମ ସୂଚନା ଅନୁସାରେ, ଇଂଲଣ୍ଡ୍‌ରେ ଚିହ୍ନଟ ହୋଇଥିବା ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ୍‌ ଦ୍ୱାରା ୬ଜଣ ବିଲାତ ଫେରନ୍ତା ଭାରତରେ ଚିହ୍ନଟ ହୋଇଛନ୍ତି। ଏହି ପରିବର୍ତ୍ତିତ ଭୂତାଣୁ ପୂର୍ବ କରୋନାଭାଇରସ୍‌ ଠାରୁ ୭୦% ଅଧିକ ସଂକ୍ରମଣଶୀଳ ବୋଲି କୁହାଯାଉଛି।

The post ଦେଶରେ ୧୬, ୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ; ୧୮୭ ଦିନ ପରେ ଆଜି ଦୈନିକ ସଂକମଣସଂଖ୍ୟା ସର୍ବନିମ୍ନ first appeared on Sambad.



from କରୋନା – Sambad https://ift.tt/3nVmuC0