ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୬୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ମୟୂରଭଂଜ ଜିଲ୍ଲାରୁ ସର୍ବାଧିକ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି। ସୁନ୍ଦରଗଡ଼ରୁ ୫୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, କଟକ ଜିଲ୍ଲାରୁ ୪୮ ଜଣ, ଅନୁଗୁଳ, ବଲାଙ୍ଗୀର ଜିଲ୍ଲାରୁ ୪୦ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୩୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୧ ଜଣ, ପୁରୀ ଜିଲ୍ଲାରୁ ୨୮ ଜଣ, ବରଗଡ଼, ଯାଜପୁର ଜିଲ୍ଲାରୁ ୨୧ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୧୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ ଜଣ ସୁସ୍ଥ ହୋଇଛନ୍ତି।

 

ସେହିପରି ସମ୍ବଲପୁର ଜିଲ୍ଲାରୁ ୯ ଜଣ, ଗଂଜାମ ଜିଲ୍ଲାରୁ ୮ ଜଣ, ଭଦ୍ରକ, କୋରାପୁଟ, ନବରଂଗପୁର, ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ଢେଙ୍କାନାଳ, ସୁବର୍ଣ୍ଣପୁର ଜିଲ୍ଲାରୁ ୬-୬ ଜଣ, ବୌଦ୍ଧ, ମାଲକାନଗିରି ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି, ନୟାଗଡ଼, କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟପୁଲରୁ ଆଜି ୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୪୨ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2JIUiTM