ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୬୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୬୩ ଜଣ, ମୟୂରଭଂଜ ଜିଲ୍ଲାରୁ ୩୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଳାରୁ ୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୭ ଜଣ, ପୁରୀ ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରୁ ୧୪ ଜଣ ଲେଖାଏଁ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ୧୨-୧୨ ଜଣ ଓ ଭଦ୍ରକ ଜିଲ୍ଲାରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିଭଳି କନ୍ଧମାଳ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଗଂଜାମ ଜିଲ୍ଲାରୁ ୫ ଜଣ, ନୟାଗଡ଼, ରାୟଗଡ଼ା ଜିଲ୍ଲାରୁ ୪-୪ ଜଣ, ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି, ନବରଂଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼, ସୁବର୍ଣ୍ଣପୁର ଜିଲ୍ଲାରୁ ୨-୨ ଜଣ ଓ ରାଜ୍ୟପୁଲରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୫ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/39KR9xJ