
ଭୁବନେଶ୍ବର : କୋଭିଡ୍ ଟିକା ପ୍ରଦାନ ଯୋଗାଣ ହେଲେ ଅଗ୍ରାଧିକାର ଭିତ୍ତିରେ ଭାରତ ସରକାର ଓଡ଼ିଶାକୁ ଯୋଗାଇ ଦେବେ। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ଦାବି କରିଛି ବିଜେଡି। ସ୍ଥାନୀୟ ଏନ୍ଆଇସି କାର୍ଯ୍ୟାଳୟରୁ ବୈଠକରେ ସାମିଲ ହୋଇ ବିଜେଡି ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବି ଜଣାଇଛନ୍ତି। କହିଛନ୍ତି ଯେ ବିଜେଡି ପକ୍ଷରୁ ଦିଆଯାଇଥିବା ଦୁଇଟି ପ୍ରସ୍ତାବରୁ ପ୍ରାଥମିକତା ଆଧାରରେ ରାଜ୍ୟକୁ ଟିକା ଯୋଗାଣ ସୁନିଶ୍ଚିତ କରିବା ସହ ଟିକା ପ୍ରଦାନ ପାଇଁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରରେ ଗୋଟିଏ ଡାଟା ବେସ୍ ପ୍ରସ୍ତୁତ କରାଯିବା ଦରକାର। କରୋନା ସମୟରେ ପ୍ରବାସୀମାନେ ଯେଭଳି ଭାବେ ରାଜ୍ୟକୁ ଫେରିବା ପରେ ସରକାରଙ୍କ ସହାୟତା ପାଇଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାସହିତ ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନି ପରିଦର୍ଶନ କରିବା ପରେ ଯାହା ସ୍ଥିତି ରହିଛି ସେ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅବଗତ କରାଇଥିଲେ।
The post କୋଭିଡ୍ ଟିକା ପ୍ରଦାନରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ସର୍ବଦଳୀୟ ବୈଠକରେ ଦାବି କଲା ବିଜେଡି first appeared on Sambad.
from କରୋନା – Sambad https://ift.tt/3mIB4fL
0 Comments