କଟକ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ବିତୀୟ ଲହର ଦେଖାଦେଇଥିଲେ ମଧ୍ୟ ଓଡ଼ିଶାରେ ଏଭଳି କିଛି ହେବାର ଆଶଙ୍କା ନାହିଁ। କାରଣ ବର୍ତ୍ତମାନ କରୋନା ସ˚କ୍ରମଣ, ଆରୋଗ୍ୟ ଓ ମୃତ୍ୟୁ ହାରରେ ଯଥେଷ୍ଟ ହ୍ରାସ ହୋଇଛି। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୮ମାସ ତଳୁ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ସଫଳତା ମିଳିଛି। ଆଉ କିଛି ସପ୍ତାହ ପରେ କରୋନା ଟିକା ଆସିଯବ। ତେଣୁ ଦ୍ବିତୀୟ ଲହର ପ୍ରତି ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର କୋଭିଡ୍ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ତା ସୂଚନା ଦେଇଛନ୍ତି।
କରୋନା ବିରୋଧରେ ଲଢେଇ କରିବାରେ ଲୋକମାନେ ଅନେକ ତ୍ୟାଗ କରିଛନ୍ତି। ଦଶହରା, ଦୀପାବଳି, କାର୍ତ୍ତିକପୂର୍ଣ୍ଣିମା ଭଳି ଦିନମାନଙ୍କରେ ଗହଳି କରିନାହାନ୍ତି। ଯଦି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏହିପରି ଭାବେ ସତର୍କତା ଅବଲମ୍ବନ କରିବା ତା’ହେଲେ କରୋନା ଦ୍ବିତୀୟ ଲହରି ପାଖ ମାଡ଼ିପାରିବନି। କରୋନା ଲଢେଇରେ ଟିକା ହେଉଛି ଶେଷ ଅସ୍ତ୍ର। ତେଣୁ ଟିକା ଆସିବା ପର୍ଯ୍ୟନ୍ତ ସମସ୍ତେ ସତର୍କ ଓ ସଚେତନ ହୋଇ ରହିବାକୁ ଡାକ୍ତର ପଣ୍ତା ଅପିଲ କରିଛନ୍ତି।
ଦେଶେରେ କରୋନା ମହାମାରୀ ସ୍ଥିତି ଏବଂ ଟିକାକରଣ କାର୍ଯ୍ୟକ୍ରମ ନେଇ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକା ପାଇଁ ଆଉ ବେଶୀଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଗାମୀ କିଛି ସପ୍ତାହ ମଧ୍ୟରେ କୋଭିଡ୍ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆମ ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି। ବୈଜ୍ଞାନିକଙ୍କ ସ୍ବୀକୃତି ପରେ ଦେଶରେ ଖୁବ୍ ଶୀଘ୍ର ଟିକାକରଣ ଆରମ୍ଭ ହୋଇଯିବ ବୋଲି ମୋଦୀ କହିଛନ୍ତି।
The post ଓଡ଼ିଶାରେ କରୋନାର ଦ୍ବିତୀୟ ଲହର ଆସିବାର ଆଶଙ୍କା ନାହିଁ : ଡାକ୍ତର ଜୟନ୍ତ ପଣ୍ତା first appeared on Sambad.
from କରୋନା – Sambad https://ift.tt/3gds8fP
0 Comments