
ନୂଆଦିଲ୍ଲୀ : ଦେଶରେ ନୂଆ ପ୍ରଜାତିର କରୋନାଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଜି ୨୦କୁ ବୃଦ୍ଧି ପାଇଛି। ଗତକାଲି ୬ଟି ନମୁନାରେ ନୂଆ ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ନୂଆ ମାମଲାରୁ ୮ଟି ଦିଲ୍ଲୀ ଏବଂ ୭ଟି କର୍ଣ୍ଣାଟକର ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସରେ ୨ ଜଣଙ୍କଠାରେ ନୂଆ ଭୂତାଣୁ ଚିହ୍ନଟ ହେବାପରେ ସମଗ୍ର କମ୍ପ୍ଲେକ୍ସକୁ ସଟ୍ଡାଉନ୍ କରିଦିଆଯାଇଛି। ତେବେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡା କେ ସୁଧାକର କହିଛନ୍ତି, ଉଭୟ ରୋଗୀଙ୍କୁ ରାଜ୍ୟ ପରିଚାଳିତ ଭିକ୍ଟୋରିଆ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଇନଷ୍ଟିଚ୍ୟୁସନାଲ୍ କ୍ବାରାଣ୍ଟିନ୍ରେ ରଖାଯାଇଛି।
ଅନ୍ୟପକ୍ଷରେ୯ ଦିନ ଧରି ଦେଶରେ ସକ୍ରିୟ ମାମଲା ୩ ଲକ୍ଷରୁ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୫୪୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୦୨,୪୪,୮୫୨କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧,୪୮,୪୩୯ରେ ପହଞ୍ଚିଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୯୮,୩୪,୧୪୧ ରହିଛି। ଆରୋଗ୍ୟ ହାର ୯୫.୯୯ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି।
The post ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି first appeared on Sambad.
from କରୋନା – Sambad https://ift.tt/3pD5xwA
0 Comments