ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୧, ୮୨୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୨ କୋଟିରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୧, ୮୨୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୯୯ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୬% ବୃଦ୍ଧି ପାଇଛି। ଏବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୨୬୬, ୬୭୪।
ଗତ ୨୪ ଘଣ୍ଟାର ମୃତ୍ୟୁସଂଖ୍ୟାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୪୮,୭୩୮ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୬, ୧୩୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୮, ୬୦, ୨୮୦।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୫୭,୬୫୬।
ଗତ ଅଳ୍ପ କେତେ ମାସ ହେବ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ବେଳେ ୨୦ ଜଣ ଇଂଲଣ୍ଡ୍ ଫେରନ୍ତା ବ୍ରିଟେନ୍ରେ ଚିହ୍ନଟ ନୂଆ ‘ଷ୍ଟ୍ରେନ୍’ର କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।
କରୋନାଭାଇରସ୍ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଇଂରାଜୀ ନବବର୍ଷ ପାଳନ ଉପରେ ଦେଶରେ କଟକଣା ଜାରି କରାଯାଇଛି।
‘ଆଇସିଏମ୍ଆର୍’ ସୂଚନା ଅନୁସାରେ, ଡିସେମ୍ବର ୩୦ ତାରିଖ ସୁଦ୍ଧା ୧୭,୨୦,୪୯,୨୭୪ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୧, ୨୭, ୨୪୪ଟି ନମୁନା।
The post ଦେଶରେ ୨୧, ୮୨୧ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୧.୦୨ କୋଟିରେ ପହଞ୍ଚିଲା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/3htXr6A
0 Comments