
ପେରୁ ବନ୍ଦ କଲା ଚୀନ୍ ଟିକାର ନୈଦାନିକ ପରୀକ୍ଷଣ
ପ୍ରଥମ ଦଫାରେ ବ୍ରାଜିଲ ୫ କୋଟି ଲୋକଙ୍କ ଟିକାକରଣ କରିବ
ନୂଆଦିଲ୍ଲୀ : ବର୍ଷକ ତଳେ ଚୀନ୍ର ଉହାନ ପ୍ରଦେଶରେ ଉପଦ୍ରବ ଆରମ୍ଭ କରିଥିବା ମହାମାରୀ କୋଭିଡ୍-୧୯ ଅଦ୍ୟାବଧି ସାରା ବିଶ୍ବରେ ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ଘାଇଲା କରିବା ସହ ପାଖାପାଖି କୋଟିଏ ସାଢ଼େ ୬୧ ଲକ୍ଷଙ୍କର ମୃତ୍ୟୁର କାରଣ ସାଜିଛି। ତେବେ ଏହାର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ ଟିକାଟିଏ ବିକଶିତ କରିବାରେ ବ୍ରତୀ ରହିବା ସହ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଯତ୍ପରୋନାସ୍ତି ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି (ଡିସେମ୍ବର ୧୪) ଆମେରିକୀୟମାନଙ୍କର ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଥିରେ ଆମେରିକୀୟ କମ୍ପାନି ଫାଇଜର-ବାୟୋଏନ୍ଟେକ୍ ଦ୍ବାରା ବିକଶିତ ଟିକା ଦେଶବାସୀଙ୍କୁ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି।
ପେରୁରେ ନୈଦାନିକ ପରୀକ୍ଷଣ ବେଳେ ସ୍ବେଚ୍ଛାସେବୀଙ୍କ ଠାରେ ସାଂଘାତିକ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ଚୀନ୍ କମ୍ପାନି ସିନୋଫାର୍ମ ଦ୍ବାରା ବିକଶିତ ଟିକାର ଚାଲୁ ରହିଥିବା ପରୀକ୍ଷଣକୁ ବନ୍ଦ କରିଦିଆଯାଇଛି। ଅପରପକ୍ଷେ, ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ବ୍ରାଜିଲ ସରକାର ୫.୧ କୋଟି ଦେଶବାସୀଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଘୋଷଣା କରିଛନ୍ତି। ଭାରତରେ ହୃତ୍ସମସ୍ୟା ଓ ମଧୁମେହ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ ବୋଲି ଜଣାଯାଇଛି। ଏଥିପାଇଁ ଘରକୁ ଘର ସର୍ବେକ୍ଷଣ କରାଯିବ ଏବଂ ପ୍ରସ୍ତୁତ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କ ନାମ ଜଣାପଡ଼ିବ।
The post ଆଜିଠୁ ଆମେରିକାରେ କୋଭିଡ୍ ଟିକାକରଣ first appeared on Sambad.
from କରୋନା – Sambad https://ift.tt/3qTy6r5
0 Comments