
ନୂଆଦିଲ୍ଲୀ : ଭାରତରେ ୨ଟି କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୦୨୧ ଜାନୁଆରି ସୁଦ୍ଧା ଏହି ୨ଟି ଟିକାର ଜରୁରୀ ବ୍ୟବହାର ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି। ସିରମ୍ ଅନୁଷ୍ଠାନର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍ର ‘କୋଭାକ୍ସିନ୍’ର ଜାନୁଆରି ଶେଷ ସୁଦ୍ଧା ଜରୁରୀ ବ୍ୟବହାର ହୋଇପାରେ ବୋଲି ଗୁଲେରିଆ କହିଛନ୍ତି। ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ ତେବେ ପ୍ରଥମେ କରୋନା ବିରୋଧରେ ଆଗ ଧାଡ଼ିର ଯୋଦ୍ଧା ଏବଂ ଅସୁରକ୍ଷିତ ଗୋଷ୍ଠୀ ଟିକା ପାଇବେ। ଉଲ୍ଲେଖଯୋଗ୍ୟ ପୂର୍ବରୁ ଗୁଲେରିଆ କହିଥିଲେ, ୨୦୨୨ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଟିକା ଉପଲବ୍ଧ ହେବନାହିଁ। ଭାରତୀୟ ବଜାରରେ ଟିକା ସହଜରେ ଉପଲବ୍ଧ ହେବାପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଯିବ ବୋଲି ସେ କହିଥିଲେ।
The post ଜାନୁଆରି ସୁଦ୍ଧା ୨ଟି ଟିକାର ଜରୁରୀ ବ୍ୟବହାର ହୋଇପାରେ: ଏମ୍ସ ମୁଖ୍ୟ first appeared on Sambad.
from କରୋନା – Sambad https://ift.tt/36K5Cb7
0 Comments