ନୂଆଦିଲ୍ଲୀ: ଭାରତ ବା‌‌ୟୋଟେକ୍‌ ସଂସ୍ଥା ଦ୍ବାରା ପ୍ରସ୍ତୁତ ଦେଶର ପ୍ରଥମ ସ୍ବ‌ଦେଶୀ ଟିକା ‘କୋଭାକ୍ସିନ୍‌’ର ଗୋଟିଏ ମାତ୍ରା ନେଇଥିବା ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ କରୋନା ସଂକ୍ରମିତ ହେବାପରେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି। ତେବେ ଭାରତ ବାୟୋଟେକ୍‌ ଆଜି ଏନେଇ ଏକ ସ୍ପଷ୍ଟୀକରଣ ଦେଇଛି। ଭାରତ ବାୟୋଟେକ୍‌ କହିଛି, କୋଭାକ୍ସିନ୍‌ ଟିକାର ଦ୍ବିତୀୟ ‌ଡୋଜ୍‌ ଗ୍ରହଣ କରିବାର ୧୪ ଦିନ ପରେ ହିଁ ଏହାର ପ୍ରଭାବ ଜଣାପଡ଼ିବ।

ଭାରତ ବାୟୋଟେକ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ‘ କୋଭାକ୍ସିନ୍‌ କ୍ଲିନିକାଲ୍‌ ପରୀକ୍ଷଣ ୨ ଡୋଜ୍‌ କାର୍ଯ୍ୟକ୍ରମ ଉପରେ ଆଧାରିତ। ଏଥିପାଇଁ ସମୁଦାୟ ୨୮ ଦିନ ଲାଗୁଛି। ତେବେ ଦ୍ବିତୀୟ ‌ଡୋଜ୍‌ ଗ୍ରହଣ କରିବାର ୧୪ ଦିନ ପରେ ହିଁ ଟିକାର ପ୍ରଭାବ ଜଣାପଡ଼ିବ । ଜଣେ ବ୍ୟକ୍ତି ପରୀକ୍ଷାମୂଳକ ଭାବେ ୨ ଡୋଜ୍‌ ଟିକା ଗ୍ରହଣ କରିବା ପରେ ହିଁ ଏହାର ପ୍ରଭାବ ଜଣାପଡ଼ିବ ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ତୃତୀୟ ପର୍ଯ୍ୟାୟ‌ ପରୀକ୍ଷଣରେ ୨୫ଟି ସ୍ଥାନରେ ୨୬ହଜାର ଲୋକଙ୍କୁ ଏହି ଟିକା ଦିଆଯିବ।

The post ସ୍ପଷ୍ଟୀକରଣ ଦେଲା ଭାରତ ବା‌ୟୋଟେକ୍‌: ଦ୍ବିତୀୟ ଡୋଜ୍‌ ନେବାର ୧୪ ଦିନ ପ‌ରେ ‌କୋଭାକ୍ସିନ୍‌ ପ୍ରଭାବ ଜଣାପଡ଼ିବ first appeared on Sambad.



from କରୋନା – Sambad https://ift.tt/3osWNsp