
ବେଜିଂ : ଚୀନ୍ର ସିନୋଫାର୍ମ କରୋନାଭାଇରସ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହା ୭୯ ପ୍ରତିଶତ ଫଳପ୍ରଦ। ଚୀନ୍ ଏହାର ନିଜସ୍ବ ଟିକା ବିକାଶ ପାଇଁ ତୀବ୍ର ପ୍ରତିଯୋଗିତା ଜାରି ରଖିଛି। ଚୀନ୍ର ୫ଟି ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ସିନୋଫାର୍ମ ସିଏନ୍ବିଭି ଟିକା ୭୯.୩୪ ପ୍ରତିଶତ ଫଳପ୍ରଦ ବୋଲି ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ ପ୍ରଡକ୍ଟ୍ସ ପକ୍ଷରୁ କୁହାଯାଇଛି। କିନ୍ତୁ ଚୀନ୍ ଏହାର ଟିକା ନିର୍ମାଣକାରୀ କମ୍ପାନିଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହଜରେ ବିଶ୍ବାସ ଜିଣି ପାରିବନି। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟାରେ ବି ଚୀନ୍ ପଛେଇ ଯାଇଛି। ତେବେ ଚୀନ୍ ଅଧିକାରୀମାନେ ଟିକାର ସୁରକ୍ଷା ପ୍ରସଙ୍ଗରେ ବାରମ୍ବାର ଜନସାଧାରଣଙ୍କୁ ଆଶ୍ବସ୍ତ କରି ଆସିଛନ୍ତି। ଜରୁରୀ ବ୍ୟବହାର କାର୍ଯ୍ୟକ୍ରମ ଅଧୀନରେ ଚୀନ୍ ୧୦ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରାଇଛି।
The post ଚୀନ୍ର ସିନୋଫାର୍ମ ଟିକା ୭୯% ଫଳପ୍ରଦ first appeared on Sambad.
from କରୋନା – Sambad https://ift.tt/2JxsFgP
0 Comments