
ୱାସିଂଟନ୍ : ଫାଇଜର୍ ଟିକା ନେବାର ସପ୍ତାହକ ପରେ ଜଣେ ଆମେରିକୀୟ ନର୍ସ୍ କରୋନା ସଂକ୍ରମିତ ହୋଇଛନ୍ତି। ମାଥ୍ୟୁ ଡବ୍ଲ୍ୟୁ ଦୁଇଟି ଭିନ୍ନ ଲୋକାଲ୍ ହସ୍ପିଟାଲ୍ରେ ନର୍ସ୍ ଅଛନ୍ତି। ଗତ ଡିସେମ୍ବର ୧୮ ରେ ସେ ଫାଇଜର୍ ଟିକା ନେଇଥିବା ଫେସବୁକ୍ ପୋଷ୍ଟ୍ରେ କହିଥିଲେ। ଟିକା ନେବାପରେ ତାଙ୍କଠାରେ କିଛି ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। ତେବେ ଏହାର ୬ ଦିନ ପରେ ଖ୍ରୀଷ୍ଟମାସ ସନ୍ଧ୍ୟାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। କୋଭିଡ୍ ୟୁନିଟ୍ରେ ଏକ ସିଫ୍ଟରେ କାମ କରିବାପରେ ତାଙ୍କର କମ୍ପ ଆସିଥିଲା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇଥିଲା। ଗତ ୨୬ ତାରିଖରେ ସେ ତାଙ୍କ କରୋନା ଟେଷ୍ଟ୍ କରିଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।
The post ଫାଇଜର୍ ଟିକା ନେବାର ସପ୍ତାହକ ପରେ ଆମେରିକୀୟ ନର୍ସ୍ କରୋନା ସଂକ୍ରମିତ first appeared on Sambad.
from କରୋନା – Sambad https://ift.tt/38Lo4A9
0 Comments