
ନୂଆଦିଲ୍ଲୀ : ଭାରତ ଆଗାମୀ ଜାନୁଆରିରୁ ଟିକାକରଣ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସିରମ୍ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ଅକ୍ସଫୋର୍ଡ ଟିକା ‘କୋଭିସିଲ୍ଡ’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ବିଚାରବିମର୍ଶ କରୁଛନ୍ତି। ଆଜି ଏ ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଟିକା ବାବଦରେ ଅଧିକ ତଥ୍ୟ ବିଶ୍ଲେଷଣ ଜରୁରୀ ଥିବାରୁ କୋଭିସିଲ୍ଡକୁ ମଂଜୁରି ଦେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଏ ବାବଦରେ ପରବର୍ତ୍ତୀ ବୈଠକରେ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ। ଆଜି ବୈଠକରେ କେବଳ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା କୋଭିସିଲ୍ଡ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରାଯାଇଥିଲେ। ଭାରତର ଔଷଧ ମହାନିୟନ୍ତ୍ରକଙ୍କ ଦ୍ବାରା ଗଠିତ କମିଟି ଏହି ଟିକାକୁ ଅନୁମୋଦ କରିବା ପାଇଁ ଅଧିକ ସମୟ ଲୋଡ଼ିଛନ୍ତି।
ଅନ୍ୟପକ୍ଷରେ ଆଜି ବ୍ରିଟେନ୍ ଅକ୍ସଫୋର୍ଡ ଟିକାକୁ ମଂଜୁରି ଦେଇଛି। ସିରମ୍ ଏବେ ପ୍ରାୟ ୫ କୋଟି କୋଭିସିଲ୍ଡ ମାତ୍ରା ପ୍ରସ୍ତୁତ କରି ରଖିଛି ଏବଂ ଏହାର ସିଂହଭାଗ ଭାରତକୁ ମିଳିବ ବୋଲି ସ୍ପଷ୍ଟ କରିଛି। ବ୍ରିଟେନ୍ରେ ପ୍ରଥମେ ଫାଇଜର ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ଏବଂ ଗଣ ଟିକାକରଣ ଆରମ୍ଭ ହୋଇଥିଲା। ଏବେ ଏହି ପ୍ରକ୍ରିୟାରେ ଅକ୍ସଫୋର୍ଡ ଟିକା ସାମିଲ ହୋଇଛି। ଭାରତର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଅକ୍ସଫୋର୍ଡ ଟିକା ହିଁ ଉପଲବ୍ଧ ହେବ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି। ପଂଜାବ, ଆସାମ ଏବଂ ଅନ୍ଧ୍ରପ୍ରଦେଶ ସମେତ ୪ଟି ରାଜ୍ୟରେ ଟିକାର ଡ୍ରାଏ ରନ୍ ସଂପୂର୍ଣ୍ଣ ହୋଇଛି ଏବଂ ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ୨୦୨୧ ଶେଷ ସୁଦ୍ଧା ସିରମ୍ ଇନ୍ଷ୍ଟିଚ୍ୟୁଟ୍ ୩୦ କୋଟି ଟିକା ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା
The post ‘କୋଭିସିଲ୍ଡ’ ଟିକା ମଞ୍ଜୁରି ନେଇ ନିଷ୍ପତ୍ତି ହୋଇପାରିଲାନି first appeared on Sambad.
from କରୋନା – Sambad https://ift.tt/3hvUliL
0 Comments