ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬.୪ ଲକ୍ଷରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୮୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୬,୪୪,୨୨୨ ଓ ମୃତ୍ୟୁସଂଖ୍ୟା ୧୪୦, ୧୮୨ରେ ପହଞ୍ଚିଛି।

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୪୧, ୯୭୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୧, ୦୦, ୭୯୨।

Image Courtesy of India Today

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୦୩, ୨୪୮। ଜୁଲାଇ ୨୧ ତାରିଖ ଠାରୁ ଏହା ହେଉଛି ସର୍ବନିମ୍ନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି ଯେ, ଦୈନିକ ଏକ ନିୟୁତ ନମୁନା ପରୀକ୍ଷା କରାଯାଉଥିଲେ ମଧ୍ୟ ନୂତନ ସଂକ୍ରମଣ ମାମଲା ୫୦ ହଜାର ତଳକୁ ରହୁଛି।
କରୋନାଭାଇରସ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିଲେ ଦେଶର ସବୁ ଲୋକଙ୍କୁ ଟିକା ଦେବା ଆବଶ୍ୟକ ହେବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଥିଲା।

The post ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ ନୂଆ ସଂକ୍ରମଣ ସହ ୯୬.୪ ଲକ୍ଷରେ ପହଞ୍ଚିଲା ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/33N6zgW