ଲଣ୍ଡନ: ଇଂଲଣ୍ଡ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍‌ କିଛି ସପ୍ତାହ ମଧ୍ୟରେ ଫାଇଜର୍‌ କମ୍ପାନି ବିକଶିତ କରୋନାଭାଇରସ୍‌ ନିରୋଧୀ ଟିକା ନେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ହୋଇଛି।

ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ଯୁବରାଜ ଫିଲିପ୍‌ କରୋନାଭାଇରସ୍‌ ଟିକା ନେବେ ବୋଲି ରବିବାର ‘ଡେଲି ମେଲ୍‌’ ରିପୋର୍ଟ କରିଛି।

Image Courtesy of The Straits Times

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପୋଲିଓ ଟିକା ପ୍ରତି ଜନସାଧାରଣଙ୍କର ଭୟ ଦୂର କରିବା ଲାଗି ୧୯୫୭ରେ ରାଜକୁମାର ଚାର୍ଲସ୍‌ ଏବଂ ରାଜକୁମାରୀ ଆନିଙ୍କୁ ପୋଲିଓ ଟିକା ଦିଆଯାଇଥିଲା। ୯୪ ବର୍ଷୀୟ ରାଣୀ ଏବଂ ୯୯ ବର୍ଷିୟ ଯୁବରାଜଙ୍କୁ କୌଣସି ଅଗ୍ରାଧିକାର ଭିତ୍ତିରେ କୋଭିଡ୍‌-୧୯ ଟିକା ଦିଆଯିବ ନାହିଁ। ୮୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବା ସମୟରେ ଉଭୟ ଧାଡ଼ି ବାନ୍ଧି ଟିକାକରଣସ୍ଥଳରେ ଅପେକ୍ଷା କରିବେ।

ଏ ସଂକ୍ରାନ୍ତରେ ବକିଙ୍ଗ୍‌ହାମ୍‌ ରାଜପ୍ରାସାଦରୁ ତୁରନ୍ତ କୌଣସି ମନ୍ତବ୍ୟ ମିଳିନାହିଁ।

The post କିଛି ସପ୍ତାହ ମଧ୍ୟରେ ଫାଇଜର୍‌ ନିର୍ମିତ କୋଭିଡ୍‌-୧୯ ଟିକା ନେବେ ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ଏବଂ ଯୁବରାଜ ଫିଲିପ୍‌ first appeared on Sambad.



from କରୋନା – Sambad https://ift.tt/3gfqJFy