ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୩୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୮୭,୮୫୦ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୭୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୭୯ ମୃତ୍ୟୁ ରେକର୍ଡ କରାଯାଇଛି। ଏଥିସହ ଗତ ଛଅ ମାସ ମଧ୍ୟରେ ଭାରତରେ ପ୍ରଥମ କରି କୋଭିଡ୍‌-୧୯ଜନିତ ଦୈନିକ ସଂକ୍ରମଣ ସଂଖ୍ୟା ସର୍ବନିମ୍ନ ଥିବା ଜଣାପଡ଼ିଛି।

Image Courtesy of Hindustan Times

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୭,୬୨୨ରେ ପହଞ୍ଚିଛି।
ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୬୯,୧୧୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୧, ୪୩୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୭, ୬୧, ୫୩୮। ପ୍ରାୟ ଏକ ମାସ ହେବ ଦୈନିକ ନୂତନ ସଂକ୍ରମଣ ଠାରୁ ସୁସ୍ଥତାସଂଖ୍ୟା ଅଧିକ ରହୁଛି। ଏଥିସହ ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୯୫.୭୮%ରେ ପହଞ୍ଚିଛି।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୭୮,୬୯୦।

The post ଛଅ ମାସ ମଧ୍ୟରେ ଦେଶରେ ସର୍ବନିମ୍ନ ଦୈନିକ କରୋନାଭାଇରସ୍‌ ସଂକ୍ରମଣ ରେକର୍ଡ first appeared on Sambad.



from କରୋନା – Sambad https://ift.tt/37OINDK