ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୪,୭୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୧ କୋଟିରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୭୧୨କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୧୨ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ (୨୩,୯୫୦) ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ୩% ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ସେହିଭଳି ଦେଶର ମୃତ୍ୟୁହାର ୧.୪୫% ଥିବା ଜଣାପଡ଼ିଛି।
ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୬, ୭୫୬ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୨୩,୭୭୮ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୯, ୭୯୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୬, ୯୩, ୧୭୩।
ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୮୩,୮୪୯ । ଏହା ହେଉଛି ସମୁଦାୟ ଆକ୍ରାନ୍ତସଂଖ୍ୟାର ୨.୮୬%।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, ଗତକାଲି ସୁଦ୍ଧା ସମୁଦାୟ ୧୬,୫୩,୦୮,୩୬୬ ନମୁନା ପରୀକ୍ଷା କରାଯାଇ ସାରିଲାଣି। ଗତକାଲି ୧୦, ୩୯,୬୪୫ ନମୁନା ପରୀକ୍ଷା କରାଯାଇଥିଲା।
ଏବେ ମଧ୍ୟ କେରଳରେ ଦୈନିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଥିବା ଜଣାପଡ଼ିଛି। ତା’ ପଛକୁ ରହିଛି ମହାରାଷ୍ଟ୍ର। କିନ୍ତୁ, ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି।
The post ୨୪,୭୧୨ ନୂଆ ମାମଲା ସହ ୧.୦୧ କୋଟିରେ ପହଞ୍ଚିଲା ଦେଶରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/3ppRtGR
0 Comments