
ଜେନେଭା : ସମଗ୍ର ବିଶ୍ବରେ କୋଭିଡ୍-୧୯ ସଂକ୍ରମଣର ଶିକାର ହୋଇଥିବା ପ୍ରାୟ ଶତ ପ୍ରତିଶତ ରୋଗୀଙ୍କ ଶରୀରରେ ଆଣ୍ଟିବଡି (ରୋଗପ୍ରତିରୋଧକ ଶକ୍ତି) ବିକଶିତ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବିଶେଷଜ୍ଞ ମାରିଆ ଭାନ୍ କେର୍କୋଭ୍ ପ୍ରକାଶ କରିଛନ୍ତି। ଯେକୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ କୋଭିଡ୍ ସଂକ୍ରମିତ ହୋଇ ଥାଆନ୍ତୁ କିମ୍ବା ଆଂଶିକ ଭାବେ ସଂକ୍ରମିତ ହୋଇ ଥାଆନ୍ତୁ ନା କାହିଁକି ସମସ୍ତଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ତେବେ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡି କେତେ ସମୟ ଧରି ତିଷ୍ଠି ରହୁଛି ଏବଂ ଏହା କେତେ ଶକ୍ତିଶାଳୀ ସେ ନେଇ ଗବେଷଣା ଜାରି ରହିଛି ବୋଲି ମାରିଆ କହିଛନ୍ତି। ଅପରପକ୍ଷେ, କରୋନା ମହାମାରୀ ଆହୁରି ଅନେକ ଦିନ ଜାରି ରହିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାସଚିବ ଟେଡ୍ରସ ଆଧାନମ ଘେବ୍ରିୟସ କହିଛନ୍ତି। ବିଭିନ୍ନ ଦେଶର ସରକାର ଏବଂ ବ୍ୟକ୍ତିବିଶେଷଙ୍କ ନିଷ୍ପତ୍ତି ଆଗାମୀ ଦିନ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଟେଡ୍ରସ କହିଛନ୍ତି।
The post ୧୦୦% କୋଭିଡ୍-୧୯ ରୋଗୀଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି: ହୁ first appeared on Sambad.
from କରୋନା – Sambad https://ift.tt/3oufnQZ
0 Comments