ନୂଆପଡ଼ା/କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଳଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର କିମସ୍‌ରେ ଚିକିତ୍ସାଧୀନଥିଲେ।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଟାନୁୱାଟ ଗାଁର ବିହାରୀଲାଲ ବିଶ୍ବାଳଙ୍କ ପୁଅ ନନ୍ଦଲାଲ କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ଗତ ୨୫ ତାରିଖ ଦିନ କରୋନା ପଜିଟିଭ ଚିହ୍ନଟ ହୋଇ ଭବାନୀପାଟଣା କୋଭିଡ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବେନଶ୍ବର କିମସ୍‌ରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

The post କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କରୋନାରେ ମୃତ୍ୟୁ first appeared on Sambad.



from କରୋନା – Sambad https://ift.tt/3oxo4dp