ପୁନେ : ରୁଷ୍‌ ନିର୍ମିତ କୋଭିଡ୍‌ ଟିକା ସ୍ପୁଟ୍‌ନିକ ଭି’ର ପରୀକ୍ଷଣ ଆଜି ପୁନେରେ ହୋଇଛି। ରୁଷ୍‌ରେ ଏହି ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଥିବା ବେଳେ ଏବେ ଭାରତରେ ଏହାକୁ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଜାରି ରହିଛି। ଭାରତ ସ୍ପୁଟ୍‌ନିକ ଭି’ର ୧୦୦ କୋଟି ମାତ୍ରା କିଣିବାକୁ ଚୁକ୍ତି କରିଛି। ଆଜି ପୁନେରେ ଟିକାର ମାନବୀୟ ନୈଦାନିକ ପରୀକ୍ଷଣରେ ୧୭ ଜଣ ସ୍ବେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା। ବ୍ରିନେଟ୍‌ ସରକାର ଫାଇଜର/ବାୟୋଏନ୍‌ଟେକ୍‌ର କୋଭିଡ୍‌ ଟିକାକୁ ସ୍ବୀକୃତି ଦେଇଥିବାରୁ ଆସନ୍ତା ମଂଗଳବାରଠାରୁ ଗଣ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ଜଣାପଡ଼ିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ଟି ପ୍ରମୁଖ ଜାତୀୟ ‌ସ୍ବାସ୍ଥ୍ୟସେବା (ଏନ୍‌ଏଚ୍‌ଏସ୍‌) ହସ୍ପିଟାଲକୁ ଚୟନ କରାଯାଇଛି। ବ୍ରିଟେନ୍‌ର ଇତିହାସରେ ଏହା ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି।

The post ପୁନେରେ ସ୍ପୁଟ୍‌ନିକ ଭି ଟିକାର ପରୀକ୍ଷଣ, ୧୭ ସ୍ବେଚ୍ଛାସେବୀ ଟିକା ଗ୍ରହଣ କଲେ first appeared on Sambad.



from କରୋନା – Sambad https://ift.tt/3lQcRTt