
ଭୁବନେଶ୍ୱର : ନଭେମ୍ବରରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ କମି କମି ଚାଲିଥିଲା। କାଁ ଭାଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। କିନ୍ତୁ ଡିସେମ୍ବରରେ ସଂଖ୍ୟା ଦିନେ କମିଲେ ତା’ ପରଦିନକୁ ବଢ଼ି ଯାଉଛି। ଶୀତ ଯେତେ ବଢ଼ୁଛି, ଆକ୍ରାନ୍ତଙ୍କ ସଂଖ୍ୟା ସେତେ ଚିନ୍ତାଜନକ ହେଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରୁ କମ୍ ଥିଲେ ବି ଦିନେ ଦିନେ ୭ରୁ ୮ଜଣ ଅଧିକ ଚିହ୍ନଟ ହେଉଛନ୍ତି। ପ୍ରତିଦିନ ପ୍ରାୟ ୩୦ଜଣ ଚିହ୍ନଟ ହେଉଛନ୍ତି। ଏହା କେବେ ଶୂନକୁ ଖସିବ, ତାହାକୁ ଅପେକ୍ଷା। ଡିସେମ୍ବରର ୬ଦିନରେ ୧୭୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୩ଜଣ ସୁସ୍ଥ ହୋଇଛନ୍ତି। ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି। ଡିସେମ୍ବର ୧ରେ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀବାସୀ ଭାବିଥିଲେ ଆକ୍ରାନ୍ତଙ୍କ ସଂଖ୍ୟା କମିକମି ଚାଲିବ। ଦୁଇ ତାରିଖରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମିଲା। ହେଲେ ୩ ତାରିଖରେ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହେଲେ। ୪ ତାରିଖରେ ପୁଣି କମିଲା। ୨୭ଜଣ ଚିହ୍ନଟ ହେଲେ। କିନ୍ତୁ ୫ତାରିଖରେ ପୁଣି ୭ଜଣ ବଢ଼ିଗଲେ। ୩୪ଜଣ ଚିହ୍ନଟ ହେଲେ। ଆଜି ପୁଣି ୩ଜଣ ଆକ୍ରାନ୍ତ କମିଛନ୍ତି। ୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଡିସେମ୍ବରରେ ପ୍ରକୃତ ସ୍ଥିତି ଜଣା ପଡ଼ିଯିବ। କରୋନାର ଦ୍ବିତୀୟ ଲହରି ଆସିବ କି ନାହିଁ ତାହା ନୂଆ ବର୍ଷ ପୂର୍ବରୁ ସ୍ପଷ୍ଟ ହୋଇଯିବ।
The post ରାଜଧାନୀରେ ୬ଦିନରେ ୧୭୫ କରୋନା ଆକ୍ରାନ୍ତ, ୨୩୩ ସୁସ୍ଥ first appeared on Sambad.
from କରୋନା – Sambad https://ift.tt/3mKQu2W
0 Comments