ନୂଆଦିଲ୍ଲୀ : ଭାରତରେ ଏବେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଛି। ପଜିଟିଭ୍‌ ହାର ଅର୍ଥାତ ଟେଷ୍ଟିଂରୁ ସଂକ୍ରମଣ ଚିହ୍ନଟ ହାର ୩.୨୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ୯୪.୩୬ ପ୍ରତିଶତ ରହିଛି। ଏବେ ଦେଶରେ ମାତ୍ର ୪.୧୮ ପ୍ରତିଶତ ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୮୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଏବଂ ୩୬,୦୧୧ ନୂଆ ମାମଲା ଚିହ୍ନଟ ହୋଇଛି। ଭାରତରେ କରୋନା ସଂକ୍ରମଣର ମୋଟ୍‌ ମାମଲା ୯୬,୪୪,୨୨୨ରେ ପହଞ୍ଚିଯାଇଛି। ବିଗତ ୨୪ ଘଣ୍ଟାରେ ୪୧ ହଜାର ୯୭୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ୯୧,୦୦୭୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ କରୋନା ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି।

The post ଦେଶରେ କରୋନା ସ୍ଥିତି ସୁଧୁରୁଛି, ପଜିଟିଭ୍‌ ହାର ୩.୨୭ରେ ପହଞ୍ଚିଲା first appeared on Sambad.



from କରୋନା – Sambad https://ift.tt/3lPpYUS