ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଦିଲ୍ଲୀ ସରକାରଙ୍କର ଏତେ ବିଳମ୍ବରେ କାହିଁକି ନିଦ ଭାଙ୍ଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି ବିବାହ ଉତ୍ସବରେ ଅତିଥିଙ୍କ ସଂଖ୍ୟା ୨୦୦ରୁ ୫୦ କୁ କମାଇବାପାଇଁ ସରକାର ୧୮ ଦିନ ସମୟ କାହିଁକି ନେଲେ। ଏହି ସମୟ ମଧ୍ୟରେ କେତେ ସଂଖ୍ୟକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ‌‌ତେବେ ମାସ୍କ ନପିନ୍ଧିଲେ ଯେଉଁ ଜରିମାନା ଧାର୍ଯ୍ୟ କରାଯାଇଛି ତାହା ଫଳପ୍ରଦ ହେବନାହିଁ। ସଂକ୍ରମଣକୁ ଏହା ରୋକିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ସହର ଏବେ ନ୍ୟୁୟର୍କ ଏବଂ ସାଓପଲୋକୁ ସଂକ୍ରମଣରେ ଅତିକ୍ରମ କରିସାରିଛି ।

The post ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ଏତେ ବିଳମ୍ବରେ ନିଦ ଭାଙ୍ଗିଲା କାହିଁକି first appeared on Sambad.



from କରୋନା – Sambad https://ift.tt/38XXpBO