ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ୮୯ ଲକ୍ଷ ୫୮ ହଜାର ୪୮୩ ପହଞ୍ଚିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୪୫ ହଜାର ୫୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୧ ଲକ୍ଷ ୩୧ ହଜାର ୫୭୮ ପହଞ୍ଚିଛି। ଲଗାତାର ୯ ଦିନ ଧରି ଦେଶରେ ସକ୍ରିୟ ମାମଲା ୫ ଲକ୍ଷରୁ କମ୍‌ ରହିଛି। ତେବେ ୨ ଦିନରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ପ୍ରତିଶତ ବୃଦ୍ଧି ହୋଇଛି। ବୁଧବାର ଦିନ ଦେଶରେ ୩୮ ହଜାର ୬୧୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା ଏବଂ ଗୁରୁବାର ୨୯ ହଜାର ୧୫୪ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ଏବେ ମୋଟ୍‌ ୪ ଲକ୍ଷ ୪୩ ହଜାର ୩୦୩ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷେ ୮୩ ଲକ୍ଷ ୮୩ ହଜାର ୬୦୨ ଜଣ କରୋନାରୁ ସୁସ୍ଥ ହେଲେଣି। ବୁଧବାର ୧୦ ଲକ୍ଷ ୨୮ ହଜାର ୨୦୩ ନମୁନା ପରୀକ୍ଷା ହୋଇଥିବାରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି କୁହାଯାଉଛି।

The post ଦୁଇ ଦିନରେ ଦୈନିକ ସଂକ୍ରମଣରେ ୫୦% ବୃଦ୍ଧି first appeared on Sambad.



from କରୋନା – Sambad https://ift.tt/36MHVOm