
ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଫେବ୍ରୁଆରି ସୁଦ୍ଧା ଲୋକଙ୍କୁ କୋଭିଡ୍ ଟିକା ମିଳିଯିବ ବୋଲି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ସିଆଇଆଇ)ର ସିଇଓ ଆଦର ପୁନାୱାଲା କହିଛନ୍ତି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରସ୍ତୁତ ଟିକାର ଦୁଇଟି ମାତ୍ରାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ରହିବ। ତେବେ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଫଳାଫଳ ଏବଂ ନିୟାମକ ମଞ୍ଜୁରୀ ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୁନାୱାଲା କହିଛନ୍ତି। ଅପରପକ୍ଷେ, ଭାରତ ସରକାରଙ୍କୁ ଟିକା କମ୍ ମୂଲ୍ୟରେ ଯୋଗେଇ ଦିଆଯିବ। ଭାରତ ଅଧିକ ମାତ୍ରାରେ ଟିକା କିଣିବାକୁ ଯୋଜନା କରିଥିବାରୁ ଅପେକ୍ଷାକୃତ ଶସ୍ତାରେ ପାଇପାରିବ ବୋଲି ପୁନାୱାଲା କହିଛନ୍ତି। ୨୦୨୧ ଏପ୍ରିଲ୍ ସୁଦ୍ଧା ଭାରତୀୟଙ୍କୁ ଟିକା ମିଳିଯିବ ଏବଂ ୨୦୨୪ ବେଳକୁ ସମସ୍ତ ଭାରତୀୟଙ୍କୁ ଟିକାକରଣ କରାଯାଇ ପାରିଥିବ ବୋଲି ପୁନାୱାଲା ଦୃଢୋକ୍ତି ପ୍ରକାଶ କରିଛନ୍ତି। ସମ୍ପୂର୍ଣ୍ଣ ଭାରତକୁ ଟିକାକରଣ କରିବାକୁ ପାଖାପାଖି ଦୁଇରୁ ତିନି ବର୍ଷ ଲାଗିଯିବ। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ଚୂଡ଼ାନ୍ତ ପରୀକ୍ଷଣ ବେଶ୍ ସଫଳ ହୋଇପାରିଛି ଏବଂ ବୟସ୍କ ଲୋକଙ୍କ ଶରୀରରେ ଏହା ଫଳପ୍ରଦ ହୋଇଛି। ନିରାପତ୍ତା ଦୃଷ୍ଟିକୋଣରୁ ଆମେ ନିୟାମକ ଅନୁମତିକୁ ଅପେକ୍ଷା କରିଛୁ ବୋଲି ପୁନାୱାଲା କହିଛନ୍ତି।
The post ଏପ୍ରିଲ୍ ସୁଦ୍ଧା ଭାରତୀୟଙ୍କୁ ମିଳିଯିବ ଟିକା: ସିରମ୍ ସିଇଓ first appeared on Sambad.
from କରୋନା – Sambad https://ift.tt/2UNFkhq
0 Comments