
ୱାସିଂଟନ : ଆମେରିକୀୟ ଟିକା ନିର୍ମାତା କମ୍ପାନୀ ଫାଇଜର ଏବଂ ଏହାର ଜର୍ମାନୀ ସହଯୋଗୀ ବାୟୋଏନ୍ଟେକ୍ ନିଜ ଦ୍ବାରା ପ୍ରସ୍ତୁତ ଟିକାର ବ୍ୟବହାର ପାଇଁ ଜରୁରୀକାଳୀନ ଆବେଦନ କରିବାକୁ ଯୋଜନା କରିଛନ୍ତି। ପୂର୍ବରୁ ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ତେବେ ଟିକାକୁ ଜରୁରୀକାଳୀନ ଅନୁମତି ପାଇଁ କମ୍ପାନୀ ପକ୍ଷରୁ ଆମେରିକାର ‘ଫୁଡ୍ ଏବଂ ଡ୍ରଗ୍ ପ୍ରଶାସନ’ ନିକଟରେ ଆବେଦନ କରାଯିବା ଯୋଜନା ହୋଇଛି। ଅନୁମତି ମିଳିଲେ କମ୍ପାନି ଡିସେମ୍ବରରେ ଆମେରିକାରେ ଲୋକଙ୍କୁ ଏହି ଟିକା ଦେବ।
The post ଟିକାର ଅନୁମତି ପାଇଁ ଜରୁରୀକାଳୀନ ଆବେଦନ କରିବ ଫାଇଜର first appeared on Sambad.
from କରୋନା – Sambad https://ift.tt/3kYMQB3
0 Comments