
ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ତାଲିକାରୁ ଜିଲେଡ୍ର ରେମଡେସିଭିରକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ବାଦ୍ ଦେଇଛି। ହୁ ଏହାର ପ୍ରାକ୍ଯୋଗ୍ୟତା ତାଲିକାରୁ ଉକ୍ତ ଔଷଧକୁ ବାଦ୍ ଦେଇଥିବା ବିଷୟ ଆଜି ସ୍ପଷ୍ଟ କରିଛି। ହୁ ଏଭଳି ନିଷ୍ପତ୍ତି ନେଇ ଦେଶଗୁଡ଼ିକୁ ଏହି ଔଷଧ ନକିଣିବା ପାଇଁ ସ୍ପଷ୍ଟ ସଙ୍କେତ ଦେଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ଔଷଧ କାମ କରୁଥିବାର ପ୍ରମାଣ ନାହିଁ ବୋଲି ହୁ କହିଛି। ଉଲ୍ଲେଖଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ସମୟରେ ମଧ୍ୟ ଏହି ଔଷଧ ତାଙ୍କ ଠାରେ ପ୍ରୟୋଗ କରାଯାଇଥିଲା।
The post କରୋନା ଚିକିତ୍ସା ଔଷଧ ତାଲିକାରୁ ରେମଡେସିଭିରକୁ ବାଦ୍ ଦେଲା ହୁ first appeared on Sambad.
from କରୋନା – Sambad https://ift.tt/3kRoMQr
0 Comments