
ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜରର ପୂର୍ବ ଉପସଭାପତି ତଥା ମୁଖ୍ୟ ବୈଜ୍ଞାନିକ ଡ. ମାଇକେଲ ଇଡନ୍ କହିଛନ୍ତି ଯେ ସମଗ୍ର ବିଶ୍ବରେ କରୋନା ଭାଇରସ୍ ଶେଷ ହୋଇଯାଇଛି ଏବଂ କାହାକୁ ବି ଏ ବାବଦରେ ଟିକା ନେବାକୁ ପଡ଼ିବ ନାହିଁ। କରୋନା ଟିକା ସଂପର୍କରେ ଏବେ ଆଲୋଚନା କରିବା ହିଁ ମୁର୍ଖତାର ପରିଚୟ ବୋଲି ସେ କହିଛନ୍ତି। ମାଇକେଲଙ୍କ ଏଭଳି ବୟାନ ଫାଇଜର କମ୍ପାନି ପାଇଁ ମଧ୍ୟ ଅଡ଼ୁଆ ସୃଷ୍ଟି କରିଛି। କୋଡିଭ୍ ଟିକା ପ୍ରସ୍ତୁତିରେ ଫାଇଜର ଅଗ୍ରଣୀ ଭୂମିକା ନେଇଥିବା ବେଳେ ଖୁବ୍ଶୀଘ୍ର ଏହାର ଟିକାର ବଜାର ପ୍ରବେଶ କରାଇବାକୁ ପ୍ରସ୍ତୁତି ଚାଲିଛି। ଏକ ଆମେରିକୀୟ ପତ୍ରିକାରେ ମାଇକେଲଙ୍କ ମତାମତ ପ୍ରକାଶ ପାଇବା ପରେ ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ମାଇକେଲ କହିଛନ୍ତି ଯେ କୋଭିଡ୍ ୧୯ ଏକ ସମୟସୀମା ମଧ୍ୟରେ ଶେଷ ହୋଇଯାଇଛି। ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଆଉ ଟିକାର କୌଣସି ଆବଶ୍ୟକ ନାହିଁ। ଯେଉଁମାନଙ୍କଠାରେ କରୋନାର କୌଣସି ବିପଦ ନାହିଁ ସେମାନଙ୍କୁ ଟିକା ଦେଲେ ସମସ୍ୟା ବଢ଼ିବ ବୋଲି ସେ କହିଛନ୍ତି। ମାଇକେଲ ଦୀର୍ଘ ୩୦ ବର୍ଷ ଧରି ଏଲର୍ଜି ଏବଂ ଶ୍ବାସ ସମ୍ବନ୍ଧୀୟ ଗବେଷଣାରେ ନିୟୋଜିତ ଅଛନ୍ତି ।
The post ‘ଫାଇଜର’ର ପୂର୍ବ ଉପସଭାପତିଙ୍କ ଦାବି କରୋନା ଶେଷ ହୋଇଯାଇଛି, ଟିକା ଆବଶ୍ୟକ ନାହିଁ first appeared on Sambad.
from କରୋନା – Sambad https://ift.tt/36ijUjb
0 Comments