ନୂଆଦିଲ୍ଲୀ: ଟିକା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦ, ପୁନେ ଏବଂ ହାଇଦ୍ରାବାଦ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନି ଜାଇଡସ୍‌ କାଡିଲା ଫାର୍ମ, ହାଇଦ୍ରାବାଦର ଭାରତ ବାୟୋଟେକ୍‌ ଏବଂ ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଗସ୍ତ କରି ଟିକା ସ୍ଥିତି ସମୀକ୍ଷା କରିଛନ୍ତି। ଜାଇଡସ କାଡିଲା ପାର୍କ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦୀ ଟିକା ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଜାଇଡସ୍‌ କାଡିଲା ପାର୍କ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ବାୟୋଟେକ୍‌ ଫାର୍ମରେ ପହଞ୍ଚି ସେଠାରେ ଟିକା ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆମକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ କୁହାଯାଇଛି। ଶେଷରେ ପ୍ରଧାନମନ୍ତ୍ରୀ ପୁନେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପହଞ୍ଚି ସମୀକ୍ଷା କରିଥିଲେ। ସିରମ୍‌ ଦ୍ବାରା ପ୍ରସ୍ତୁତ କୋଭାସିଲ୍‌ଡ ଟିକାର ଜରୁରୀ ବ୍ୟବହାର ପାଇଁ ୨ ସପ୍ତାହ ମଧ୍ୟରେ ଅନୁମତି ଲୋଡ଼ାଯିବ ବୋଲି ସିଇଓ ଆଦର ପୁନାୱାଲା କହିଛନ୍ତି।

The post ଟିକା ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ୩ ସହର ଗସ୍ତ first appeared on Sambad.



from କରୋନା – Sambad https://ift.tt/2Jlzx0b