
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରେ ଟିକାକରଣ କାର୍ଯ୍ୟକ୍ରମର ରଣନୀତି ସଂପର୍କରେ ସମୀକ୍ଷା କରିଛନ୍ତି। ଏଥିପାଇଁ ଆୟୋଜିତ ସମୀକ୍ଷା ବୈଠକରେ କେଉଁ ବୟସର ଲୋକଙ୍କୁ ପ୍ରଥମେ ଟିକା ଦିଆଯି, ଟିକା ବଣ୍ଟନ ପାଇଁ କି ପ୍ରକାର ପ୍ରଯୁକ୍ତିର ବ୍ୟବହାର କରାଯିବ ତାହା ଉପରେ ଆଲୋଚନା ହୋଇଛି। ବୈଠକ ପରେ ମୋଦୀ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ସେ କହିଛନ୍ତି, ଟିକାର ବିକାଶ, ନିୟାମକ ମଞ୍ଜୁରି ଏବଂ ସଂଗ୍ରହ ଆଦିର ଅଗ୍ରଗତି ଉପରେ ଆଲୋଚନା ହୋଇଛି।
The post ଟିକା ବଣ୍ଟନ ରଣନୀତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ first appeared on Sambad.
from କରୋନା – Sambad https://ift.tt/3pNTVrx
0 Comments