
ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଏବେ ବିଶ୍ବର ୫ଟି ଫାର୍ମାସ୍ୟୁଟିକାଲ କମ୍ପାନି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛନ୍ତି ଏବଂ ୩ ମାସ ମଧ୍ୟରେ ୩ଟି ସଂସ୍ଥାର ଟିକା ଗଣ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଅକ୍ସଫୋର୍ଡର କରୋନା ଟିକା ଏବେ ଭାରତ ପାଇଁ ଭଲ ବିକଳ୍ପ ହୋଇପାରିବ ବୋଲି ଆକଳନ କରାଯାଉଛି । କମ୍ ମୂଲ୍ୟ ଏବଂ ଅଧିକ ତାପାମାତ୍ରାରେ ମଧ୍ୟ ଏହି ଟିକା ସଂରକ୍ଷିତ ରହିପାରୁଥିବାରୁ ଭାରତ ପାଇଁ ଏହା ଅନ୍ୟ ସଂସ୍ଥାର ଟିକା ତୁଳନାରେ ବିଶେଷ ଉପଯୋଗୀ ହେବ । ଅକ୍ସଫୋର୍ଡ ଟିକାର ଚୂଡ଼ାନ୍ତ ପରୀକ୍ଷଣ ସରିଛି ଏବଂ ମୋଟାମୋଟି ଭାବେ ଏହା ୭୦ ପ୍ରତିଶତ ସଫଳ ରହିଛି । ଫାଇଜର ଏବଂ ମଡର୍ଣ୍ଣାର ଟିକା ସଂରକ୍ଷଣ ପାଇଁ ବିଯୁକ୍ତ ଡିଗ୍ରି ତାପମାତ୍ରା ଆବଶ୍ୟକ ହେଉଥିବାରୁ ଭାରତ ପାଇଁ ଶୀତଳୀକରଣ ବ୍ୟବସ୍ଥା ବହୁତ ବଡ଼ ଚ୍ୟାଲେଂଜ ହେବ। ଅନ୍ୟପକ୍ଷରେ ଅକ୍ସଫୋର୍ଡ ଟିକା ସାଧାରଣ ଫ୍ରିଜ୍ ଏବଂ ଫ୍ରିଜର୍ ତାପମାତ୍ରାରେ ସଂରକ୍ଷିତ ରହିପାରିବ। ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ ଟିକାର ଅଂଶୀଦାର ରହିଛି।
The post ଭାରତ ପାଇଁ ଭଲ ବିକଳ୍ପ ହୋଇପାରେ ଅକ୍ସଫୋର୍ଡ ଟିକା first appeared on Sambad.
from କରୋନା – Sambad https://ift.tt/3o5dlXo
0 Comments