ଭୁବନେଶ୍ୱର: ରାଜ୍ୟରେ ଆଜି ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୨୬ ଜଣ, କଟକ ଜିଲ୍ଲାରୁ ୧୧୦ ଜଣ, ଅନୁଗୁଳ, ବଲାଙ୍ଗୀର ଜିଲ୍ଲାରୁ ୬୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୬୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୪ ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ ଜଣ, ବରଗଡ଼ ଜିଲ୍ଲାରୁ ୪୯ ଜଣ, କେନ୍ଦୁଝର ଜିଲ୍ଲାରୁ ୪୫ ଜଣ, ସମ୍ବଲପୁର ଜିଲ୍ଲାରୁ ୩୮ ଜଣ, ମୟୂରଭଂଜ ଜିଲ୍ଲାରୁ ୩୫ ଜଣ, କଳାହାଣ୍ଡି, ବାଲେଶ୍ୱର ଜିଲ୍ଲାରୁ ୩୪ ଜଣ ଲେଖାଏଁ ଓ ନୟାଗଡ଼ ଜିଲ୍ଲାରୁ ୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିଭଳି ନୟାଗଡ଼ ଜିଲ୍ଲାରୁ ୩୧ ଜଣ, ଭଦ୍ରକ ଜିଲ୍ଲାରୁ ୨୮ ଜଣ, ଢେଙ୍କାନାଳ, କେରାପୁଟ ଜିଲ୍ଲାରୁ ୧୬ ଜଣ ଲେଖାଏଁ, ଝାରସୁଗୁଡ଼ା, ମାଲକାନଗିରି, ନବରଂଗପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ, ଗଂଜାମ ଜିଲ୍ଲାରୁ ୧୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୧ ଜଣ, କନ୍ଧମାଳ ଜିଲ୍ଲାରୁ ୯ ଜଣ, ଗଜପତି, ରାୟଗଡ଼ା ଜିଲ୍ଲାରୁ ୬ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଳାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ ଓ ରାଜ୍ୟପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୩୪୬ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3pxrBtd