ନୂଆଦିଲ୍ଲୀ: ଦିଲ୍ଲୀର କରୋନାଭାଇରସ୍‌ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେତେଗୁଡ଼ିଏ ପଦକ୍ଷେପ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳର ଅସୁକ୍ଷିତ ସ୍ଥାନରେ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ଦ୍ବିଗୁଣ କରିବା, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ‘ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଟେଷ୍ଟିଙ୍ଗ୍‌ ଭ୍ୟାନ୍ ମୁତୟନ କରାଯିବା ଭଳି କେତେକ ପଦକ୍ଷେପ ଏଥିରେ ଅନ୍ତର୍ଭୁକ୍ତ।

ଆଜି ଟୁଇଟ୍‌ କରି ଶାହା କହିଛନ୍ତି, ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏଠାକାର ଡାକ୍ତରୀ ଭିତ୍ତିଭୂମିର ସମୀକ୍ଷା କରିଛି। ଲୋକମାନଙ୍କୁ ଭୂତାଣୁ କବଳରୁ ରକ୍ଷା କରିବା ନିମନ୍ତେ ମେ ମାସରେ ଦିଲ୍ଲୀ ସରକାରଙ୍କ ସହ ମିଶି ମୋଦୀ ସରକାର ଗୁଡ଼ାଏ ପଦକ୍ଷେପ ଗ୍ରହଣ କରିଥିଲା। ଆମେ ତାହାର ସକାରାତ୍ମକ ଫଳ ଦେଖିଛନ୍ତି।

କୋଭିଡ୍‌-୧୯ ସଂକ୍ରମଣ ଦମନ ପାଇଁ ଶାହା ଘୋ‌ଷଣା କରିଥିବା ୧୨ସୂତ୍ରୀ ଯୋଜନାଗୁଡ଼ିକ ହେଉଛି:

ଦିଲ୍ଲୀରେ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ଦ୍ବିଗୁଣ କରାଯିବ।

ଅସୁରିକ୍ଷି ସ୍ଥାନରେ ‘ଇଣ୍ଡିଆନ୍ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ ଟେଷ୍ଟିଙ୍ଗ୍‌ ଭ୍ୟାନ୍ ମୁତୟନ କରାଯିବ।

ଦିଲ୍ଲୀରେ ଥିବା ଡାକ୍ତରଖାନାମାନଙ୍କର ସାମର୍ଥ୍ୟ ଏବଂ ଉପଲବ୍ଧ ଡାକ୍ତରୀ ଭିତ୍ତିଭୂମିକୁ ଉନ୍ନତ କରାଯିବ। ସେଥିପାଇଁ ଧାଲୁଅ କୂଆଁରେ ଥିବା ‘ଡିଆର୍‌ଡିଓ’ କୋଭିଡ୍-୧୯ ଚିକିତ୍ସାଳୟରେ ଆହୁରି ୨୫୦-୩୦୦ ଶଯ୍ୟା ଯୋଗାଇ ଦିଆଯିବ।

ଅମ୍ଳଜାନ ସୁବିଧା ଥିବା ଶଯ୍ୟା ସହ ଛତ୍ରପୁର କୋଭିଡ୍‌ ସେଣ୍ଟର୍‌କୁ ଆହୁରି ସୁଦୃଢ଼ କରାଯିବ।

ସାମାନ୍ୟ କୋଭିଡ୍‌-୧୯ ଲକ୍ଷଣଯୁକ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ପୌର ନିଗମର କେତେକ ଡାକ୍ତରଖାନାକୁ ‘କୋଭିଡ୍‌-୧୯’ ହସ୍‌ପିଟାଲ୍‌ରେ ପରିବର୍ତ୍ତନ କରାଯିବ।

ହସ୍ପିଟାଲ୍‌ ‌ଶଯ୍ୟା ଉପଲବ୍ଧତା ବିଷୟରେ ସ୍ପଷ୍ଟ ସୂଚନା ଦେବା ନିମନ୍ତେ ଏକ ମଲ୍‌ଟି-ଡିପାର୍ଟମେଣ୍ଟ୍‌ ଟିମ୍‌ ଦିଲ୍ଲୀର ପ୍ରତ୍ୟେକ ଘରୋଇ ହସ୍ପିଟାଲ୍‌ ପରିଦର୍ଶନ କରିବେ।

କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍‌ ଚିହ୍ନଟ, କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍‌, କ୍ବାରେଣ୍ଟିନ୍‌ ଏବଂ ସ୍କ୍ରିନିଙ୍ଗ୍‌ ଭଳି ପୂର୍ବରୁ ଲାଗୁ ହୋଇଥିବା କଣ୍ଟେନ୍‌ମେଣ୍ଟ୍‌ ପଦ‌କ୍ଷେପ ସବୁ ସମୀକ୍ଷା କରାଯିବ।

Image Courtesy of India Today

ଦିଲ୍ଲୀରେ ସ୍ବାସ୍ଥ୍ୟ ସେବା କର୍ମୀଙ୍କ ଅଭାବ ପୂରଣ ଲାଗି ‘ସେଣ୍ଟ୍ରାଲ୍‌ ଆର୍ମଡ୍‌ ପୋଲିସ୍‌ ଫୋର୍ସେସ୍‌’ରୁ ବିମାନ ଯୋଗେ ଦିଲ୍ଲୀକୁ ଅଧିକ ଡାକ୍ତର ଓ ପାରାମେଡିକାଲ୍‌ କର୍ମଚାରୀ ଅଣାଯିବ।

ଘରେ ପୃଥକ୍‌ବାସରେ ଥିବା କୋଭିଡ୍‌-୧୯ ରୋଗୀଙ୍କ ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ଦିଆଯିବ ଏବଂ ଯଦି ଆବଶ୍ୟକ ପଡ଼େ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।

ବିଶେଷ ସାଙ୍ଘାତିକ ମାମଲା ପାଇଁ ପ୍ଲାଜ୍‌ମା ଦାନ ନିମନ୍ତେ ନିୟମାବଳୀ ପ୍ରସ୍ତୁତ କରାଯିବ।

ଦିଲ୍ଲୀରେ ଯଥାସମ୍ଭବ ଜୀବନ ରକ୍ଷା ଲାଗି କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ଅକ୍ସ‌ିଜେନ୍‌ ସିଲିଣ୍ଡର୍‌, ହାଇ ଫ୍ଲୋ ନାସାଲ୍‌ କେନ୍ୟୁଲା ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବେ।

କୋଭିଡ୍‌-୧୯ ଆଚରଣ ଏବଂ ପରିଶେଷରେ ଡାକ୍ତରୀ ଏବଂ ସ୍ବାସ୍ଥ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ସମ୍ବନ୍ଧରେ ଜନତାଙ୍କୁ ଶିକ୍ଷା ଦେବାକୁ ପରାମର୍ଶ ଯୋଜନା ପ୍ରସ୍ତୁତ କରାଯିବ।

The post ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମଣ ଦମନ ପାଇଁ ୧୨ସୂତ୍ରୀ ଯୋଜନା ଘୋଷଣା କଲେ ଅମିତ ଶାହା first appeared on Sambad.



from କରୋନା – Sambad https://ift.tt/3lAJe99