ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ୦୮୬୫୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଜାଣିବାକୁ ମିଳିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୩୨, ବରଗଡ଼ରୁ ୩୧, ଭଦ୍ରକରୁ ୧୭, ବଲାଙ୍ଗୀରରୁ ୪୧, ବୌଦ୍ଧରୁ ୧୨, କଟକରୁ ୪୧, ଦେବଗଡ଼ରୁ ୩, ଢେଙ୍କାନାଳରୁ ୧୧, ଗଜପତିରୁ ୩, ଗଞ୍ଜାମରୁ ୧୧, ଜଗତ୍‌ସିଂହପୁରରୁ ୨୬, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୨୬, କେନ୍ଦୁଝରରୁ ୨୭, ଖୋର୍ଦ୍ଧାରୁ ୭୪, କୋରାପୁଟରୁ ୧୨, ମାଲାକାନଗିରୁ ୨, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୬, ନୂଆପଡ଼ାରୁ ୬୫, ପୁରୀରୁ ୩୪, ରାୟଗଡ଼ାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୭୫ ଓ ଷ୍ଟେଟ୍‌ପୁଲ୍‌ରୁ ୧୦ଚିହ୍ନଟ ‌ହୋଇଛନ୍ତି।

ଏପଟେ ରାଜ୍ୟରୁ ଆଉ୧୭ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟ ୧୫୨୭ରେ ପହଞ୍ଚିଛି। ଏହା ସହ ରାଜ୍ୟରେ ଏବେ ୧୦,୫୬୩ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

The post ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୫୩ କରୋନା ସଂକ୍ରମିତ ଚିହ୍ନଟ, ୧୭ ମୃତ first appeared on Sambad.



from କରୋନା – Sambad https://ift.tt/35wWNB7