ବେଜିଂ : ଚୀନ୍‌ ପୁଣି ଥରେ ଏହାର ଦୋଷ ଘୋଡ଼ାଇବା ପାଇଁ ଆଉ ଏକ ଚାଲ୍‌ ଖେଳିଛି। କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ଚୀନ୍‌ର ଉହାନ୍‌ ସହର ବୋଲି ସାରା ବିଶ୍ବ ଜାଣିଛି। ଭାଇରସ୍‌ ସଂକ୍ରାନ୍ତରେ ତଥ୍ୟା ଲୁଚାଇଥିବାରୁ ଏବଂ ଭାଇରସ୍‌କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଚୀନ୍‌ କଡ଼ା ସମାଲୋଚନାର ମଧ୍ୟ ଶିକାର ହୋଇଛି। କିନ୍ତୁ ଚୀନ୍‌ ଏବେ ଭାରତ ମୁଣ୍ଡରେ ଅଠା ବୋଳିବାକୁ ବସିଛି। ଚୀନ୍‌ର ବୈଜ୍ଞାନିକ ମାନେ ଏବେ ଦାବି କରିଛନ୍ତି ଯେ, କରୋନା ଭାଇରସ୍‌ ୨୦୧୯ ଗ୍ରୀଷ୍ମରେ ଭାରତରେ ଉତ୍ପତ୍ତି ହୋଇଛି। ସଂକ୍ରମିତ ଜଳ ଦ୍ବାରା ଏହା ପଶୁଠୁ ମଣିଷ ଶରୀରକୁ ଆସିଥିଲା। ପରେ ଏହି ଭାଇରସ୍‌କୁ ଉହାନ୍‌ ସହରରେ ଚିହ୍ନଟ କରାଯାଇଥିଲା ବୋଲି ଚୀନ୍‌ ବୈଜ୍ଞାନିକମା‌ନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଚୀନ୍‌ କର୍ତ୍ତୃପକ୍ଷ ବିନା ପ୍ରମାଣରେ ଇଟାଲି, ଆମେରିକା ଏବଂ ୟୁରୋପ୍‌ରୁ ହିଁ କରୋନା ଭାଇରସ୍‌ ଆସିଛି ବୋଲି କହୁଥିଲେ। ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ୍‌ ଭାରତ ବିରୋଧରେ ଏଭଳି ନୂଆ ଅଭିଯୋଗ ଆଣିଛି। ଚୀନ୍‌ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ଭାରତର ଦୁର୍ବଳ ସ୍ବାସ୍ଥ୍ୟରକ୍ଷା ବ୍ୟବସ୍ଥା ଏବଂ ଯୁବ ଜନସଂଖ୍ୟା ପାଇଁ ଭାଇରସ୍‌ ଅନେକ ଦିନ ଧରି ଚିହ୍ନଟ ନହୋଇ ବ୍ୟାପି ଚାଲିଥିଲା।

The post ଚୀନ୍‌ ବୈଜ୍ଞାନିକଙ୍କ ଉଦ୍ଭଟ ଦାବି ‘କରୋନା ଭାଇରସ୍‌ର ଉତ୍ପତ୍ତି ଭାରତରେ ହୋଇଛି’ first appeared on Sambad.



from କରୋନା – Sambad https://ift.tt/3mlPIJI