ହଂକଂ/ନ୍ୟୁୟର୍କ: ଘରେ କରୋନା ଟେଷ୍ଟ କିଟ୍‌ର ବ୍ୟବହାର ପାଇଁ ଆମେରିକା ପ୍ରଥମ ଥର ପାଇଁ ସବୁଜ ସଙ୍କେତ ଦେଇଛି। ଆମେରିକାରେ ଦୈନିକ ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆମେରିକା କରୋନା ବିରୋଧରେ ଲଢ଼ିବା ପାଇଁ ଏକ ନୂଆ ଉପକରଣ ବ୍ୟବହାରକୁ ଅନୁମତି ଦେଇଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ ( ୟୁଏସ୍‌ଏଫ୍‌ଡିଏ) ‘ଲୁସିରା ହେଲ୍‌ଥ ଟେଷ୍ଟ୍‌ କିଟ୍‌’ ର ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ଟେଷ୍ଟ୍‌ କିଟ୍‌ର ମୂଲ୍ୟ ପ୍ରାୟ ୫୦ ଡଲାର। ‌ ଗ୍ରାହକମାନଙ୍କୁ ଏହି କିଟ୍‌ କିଣିବାପାଇଁ ଏକ‌ ପ୍ରେସକ୍ରିପ୍‌ସନ୍‌ ଆବଶ୍ୟକ। ଘରେ ଏହି କିଟ୍‌ ଦ୍ବାରା କୋଭିଡ୍‌ ଟେଷ୍ଟ କରିହେବ। ମାତ୍ର ୩୦ ମିନିଟ୍‌ରେ କୋଭିଡ୍‌ ପଜିଟିଭ୍‌ କି ନେଗେଟିଭ୍‌ ତାହା ଜଣାପଡ଼ିଯିବ।

The post ଘରେ କରିହେବ କରୋନା ଟେଷ୍ଟ୍‌, ଆମେରିକା ପ୍ରଶାସନର ମଂଜୁରି first appeared on Sambad.



from କରୋନା – Sambad https://ift.tt/2UVJLqR