
ନୂଆଦିଲ୍ଲୀ : ମଙ୍ଗଳବାର ବିଶ୍ୱରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୧୦ ହଜାର ୮୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଦୈନିକ ମୃତ୍ୟୁ କ୍ଷେତ୍ରରେ ଏହା ସର୍ବାଧିକ ବୋଲି ରଏଟର୍ସ ତଥ୍ୟରୁ ଜଣାପଡ଼ିଛି। ପୂର୍ବରୁ ଗତ ନଭେମ୍ବର ୪ ତାରିଖରେ ଦୈନିକ କରୋନା ମୃତ୍ୟୁ ୧୦ ହଜାର ୭୩୩ ଥିଲା। ସମଗ୍ର ବିଶ୍ବରେ ଏବେ ଆମେରିକାରେ ପୁଣି ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଲାଣି।
ଆମେରିକାରେ ୨ ଲକ୍ଷ ୪୮ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ କ୍ଷେତ୍ରରେ ଆମେରିକା ସବୁଠୁ ଆଗରେ ରହିଛି। ପ୍ରତିଦିନ ବିଶ୍ବରେ ହେଉଥିବା ପ୍ରତି ୧୨ଟି ମୃତ୍ୟୁରୁ ଗୋଟିଏ ଆମେରିକାରେ ହେଉଛି। ବ୍ରାଜିଲ୍ରେ ୧ ଲକ୍ଷ ୬୬ ହଜାର ୬୬୯ କରୋନା ମୃତ୍ୟୁ ହୋଇଥିବା ବେଳେ ଭାରତରେ ୧ ଲକ୍ଷ ୩୦ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍ ଏବଂ ଭାରତରେ କରୋନା ମୃତ୍ୟୁ ୧ ଲକ୍ଷ ଟପିଥିବା ବେଳେ କେବଳ ଆମେରିକାରେ କରୋନା ମୃତ୍ୟୁ ୨ ଲକ୍ଷ ଟପିଛି। ଅନ୍ୟପକ୍ଷେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପୁଣି ସଂକ୍ରମଣ ବଢ଼ିଲାଣି। ୟୁରୋପ୍ରେ ସର୍ବାଧିକ ମୃତ୍ୟୁ ବ୍ରିଟେନ୍ରେ ହୋଇଛି। ଏକମାତ୍ର ୟୁରୋପୀୟ ରାଷ୍ଟ୍ର ଭାବେ ବ୍ରିଟେନ୍ରେ ୫୦ ହଜାରରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇଟାଲିରେ ୪୬,୪୬୪ ଏବଂ ଫ୍ରାନ୍ସରେ ୪୬ ହଜାର ୨୭୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
The post ବିଶ୍ୱରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୧୦,୮୧୬ first appeared on Sambad.
from କରୋନା – Sambad https://ift.tt/35GnhAe
0 Comments