
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ। ଏଥି ପାଇଁ ଗତକାଲି ଠାରୁ ବିଧାୟକ, ବିଧାନସଭାର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ୍ ଟେଷ୍ଟ୍ ଆରମ୍ଭ ହୋଇଛି। ଦୁଇ ଦିନରେ ୮୪ ଜଣ ବିଧାୟକଙ୍କ ସମେତ ମୋଟ୍ ୧୧୦୯ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ଆସନ୍ତାକାଲି ମଧ୍ୟ କୋଭିଡ୍ ଟେଷ୍ଟ ଜାରି ରହିବ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟରେ ମୋଟ୍ ୫ ଜଣଙ୍କର ପଜିଟିଭ୍ ଚିହ୍ନଟ ହୋଇଛି। ୫ ଜଣଙ୍କ ମଧ୍ୟରେ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ରହିଛନ୍ତି। ଅନ୍ୟ ୪ ଜଣ ସରକାରୀ କର୍ମଚାରୀ। ତେବେ ଶ୍ରୀ ଘଡ଼େଇଙ୍କର ଗତ ମାସ ୨୦ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିଲା ଓ ସେ ଗୃହ ସଙ୍ଗରୋଧରେ ରହିଥିଲେ। ଗତକାଲି ୨୬ ବିଧାୟକଙ୍କ ସମେତ ମୋଟ୍ ୬୭୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ତାହା ମଧ୍ୟରୁ ୫୦୬ ଜଣଙ୍କ ରିପୋର୍ଟ ଆସିଛି ଓ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୫୮ ଜଣ ବିଧାୟକଙ୍କ ସମେତ ମୋଟ୍ ୪୩୬ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ତାହା ମଧ୍ୟରୁ ୪୮ ବିଧାୟକଙ୍କ ରିପୋର୍ଟ ଆସିଛି ଓ ସବୁ ନେଗେଟିଭ୍ ରହିଛି।
The post ବିଧାନସଭା ଅଧିବେଶନ ପାଇଁ କୋଭିଡ୍ ଟେଷ୍ଟ୍ : ଜଣେ ବିଧାୟକଙ୍କ ସମେତ ୫ ପଜିଟିଭ୍ first appeared on Sambad.
from କରୋନା – Sambad https://ift.tt/391yayJ
0 Comments