
ନୂଆଦିଲ୍ଲୀ : ଆଗାମୀ ଡିସେମ୍ବର ସୁଦ୍ଧା କରୋନା ମୁକାବିଲା ପାଇଁ ଭାରତ ଅଷ୍ଟ୍ରାଜେନେକାର ୧୦ କୋଟି ଟିକା ଉପଲବ୍ଧ ହେବ ଏବଂ ଏଥିପାଇଁ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି ବୋଲି ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍ ଇନ୍ଷ୍ଟିଚ୍ୟୁଟର ସିଇସ ଆଦର ପୁନାୱାଲା କହିଛନ୍ତି। ଅଷ୍ଟ୍ରାଜେନେକାର କୋଭିଡ୍ ଟିକା ଭାଇରସ୍ରୁ ସୁରକ୍ଷା ଦେବାରେ ସଫଳ ହୋଇଥିବାରୁ ଏହାର ୧୦୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସିରମ୍ ଚୁକ୍ତିବଦ୍ଧ ହୋଇଛି। ସିରମ୍ ପ୍ରଥମ ପର୍ଯ୍ୟାୟରେ ଯେଉଁ ଟିକା ତିଆରି କରିବ ତାହା ପ୍ରଥମେ ଭାରତରେ ଉପଲବ୍ଧ ହେବ ବୋଲି ପୁନାୱାଲା ସ୍ପଷ୍ଟ କରିଛନ୍ତି।
The post ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ଅଷ୍ଟ୍ରାଜେନେକାର ୧୦ କୋଟି ଟିକା first appeared on Sambad.
from କରୋନା – Sambad https://ift.tt/3eWhBVA
0 Comments