
ନୂଆଦିଲ୍ଲୀ : ଫାଇଜର ଟିକାର ପ୍ରଥମ ମାତ୍ରା ନେବା ପରେ ସ୍ବେଚ୍ଛାସେବୀଙ୍କଠାରେ ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଛି। ସ୍ବେଚ୍ଛାସେବୀଙ୍କର ପ୍ରବଳ ମୁଣ୍ଡ ବିନ୍ଧା ସାଙ୍ଗକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୋଇଛି। ସୂଚନାଯୋଗ୍ୟ, ଫାଇଜର ଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ନିକଟରେ ଆମେରିକାର ପ୍ରତିଷ୍ଠିତ ଟିକା ପ୍ରସ୍ତୁତକାରୀ କମ୍ପାନି ଫାଇଜର ଏବଂ ଜର୍ମାନୀ ସହଯୋଗୀ ସଂସ୍ଥା ବାୟୋଏନ୍ଟେକ୍ ଘୋଷଣା କରିଥିଲେ। ଏକ ରିପୋର୍ଟ ଅନୁସାରେ ନୈଦାନିକ ପରୀକ୍ଷଣ ପାଇଁ ଫାଇଜର ୬ଟି ଦେଶର ମୋଟ ୪୩,୫୦୦ ଜଣ ସ୍ବେଚ୍ଛାସେବୀଙ୍କ ନାମ ପଞ୍ଜୀକୃତ କରିଥିଲା। ଏମାନଙ୍କଠାରେ ନୈଦାନିକ ପରୀକ୍ଷଣ ବେଳେ କେତେକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି। ଅନେକ ସ୍ବେଚ୍ଛାସେବୀଙ୍କର ପ୍ରବଳ ମୁଣ୍ଡବିନ୍ଧା ସାଙ୍ଗକୁ ମାଂସପେଶୀରେ ଯନ୍ତ୍ରଣା ଦେଖାଦେଇଛି। ଫାଇଜର ଟିକାର ପ୍ରଥମ ମାତ୍ରା ନେବା ପରେ ଗ୍ଲେନ୍ ଡେସିଲ୍ଡ (୪୪) ନାମକ ଜଣେ ସ୍ବେଚ୍ଛାସେବୀଙ୍କଠାରେ ଏଭଳି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା। ସେହିଭଳି ଅନ୍ୟାନ୍ୟ ସ୍ବେଚ୍ଛାସେବୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରବଳ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇଛି।
The post ଫାଇଜର ଟିକାର ପାର୍ଶ୍ବ ପ୍ରତିକ୍ରିୟା : ପ୍ରବଳ ମୁଣ୍ଡ ବିନ୍ଧା ସାଙ୍ଗକୁ ମାଂସପେଶୀ ଯନ୍ତ୍ରଣା first appeared on Sambad.
from କରୋନା – Sambad https://ift.tt/32HmxZH
0 Comments