ଭୁବନେଶ୍ବର: ରାଜ୍ୟରେ ‌ଏବେ ଆୟତ୍ତାଧୀନ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟ‌ରେ ୧୦୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୫ ଜଣ ସଂଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୯୩ ହଜାର ୭୪୧ ଜଣ, ସେହିପରି ସକ୍ରିୟ ଅଛନ୍ତି ୧୧ ହଜାର ୭୧୫ ଜଣ ଆକ୍ରାନ୍ତ।

ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣି ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୪ ଜଣ, ଭଦ୍ରକରୁ ୨୭ ଜଣ, ବଲାଙ୍ଗୀରରୁ ୬୭ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୭୩ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୨୦ ଜଣ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୧୩ ଜଣ, ଜଗତ୍‌ସିଂହପୁରରୁ ୫୧ ଜଣ, ଯାଜପୁରରୁ ୩୯ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୪୩ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୩୮ ଜଣ, କେନ୍ଦୁଝରରୁ ୩୫ ଜଣ, ଖୋର୍ଦ୍ଧାରୁ ୮୩ ଜଣ, କୋରାପୁଟରୁ ୧୨ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୮୬ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୧୦ ଜଣ, ନୂଆପଡ଼ାରୁ ୪୧ ଜଣ, ପୁରୀରୁ ୩୮ ଜଣ, ସମ୍ବଲପୁରରୁ ୪୬ ଜଣ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୯୪ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ପୁଣି ୧୨ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି।

The post ରାଜ୍ୟରେ ପୁଣି ୧୦୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୨ ମୃତ first appeared on Sambad.



from କରୋନା – Sambad https://ift.tt/2Ivn21Q