ବାରିପଦା : କରୋନା ଲଢ଼େଇକୁ ନେଇ ମୟୂରଭଞ୍ଜରେ ସାମାନ୍ୟ ଆଶ୍ୱସ୍ତିମୂଳକ ଖବର ଆସିଛି। ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଆଜି ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨, ୭୨୮ରେ ପହଞ୍ଚିଛି ।

କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ରିଟିକାଲମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୨, ୧୫୧ରେ ପହଞ୍ଚିଛି। ସେହିପରି ଆଜି ପର୍ଯ୍ୟନ୍ତ ୫୬୫ ଜଣ ସକ୍ରିୟ ଥାଇ କୋଭିଡ୍ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ଏଥି ସହିତ ଜିଲ୍ଲାରେ ମୋଟ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

The post ବାରିପଦା : ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ, ୪୩ ଆକ୍ରାନ୍ତ, ୬୮ ସୁସ୍ଥ first appeared on Sambad.



from କରୋନା – Sambad https://ift.tt/35Q1oOS