ଭୁବନେଶ୍ୱର: ରାଜ୍ୟରେ ଆଜି ୧ ହଜାର ୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩ ହଜାର ୮୯୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୬, କଟକରୁ ୮୯, ମୟୂରଭଂଜରୁ ୬୮, ବଲାଙ୍ଗୀରରୁ ୬୨, ବରଗଡ଼, ପୁରୀରୁ ୬୦ ଜଣ ଲେଖାଏଁ, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡ଼ାରୁ ୪୭, ନୂଆପଡ଼ାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮, ଯାଜପୁରରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ୱରରୁ ୨୨ ଓ ନୟାଗଡ଼ରୁ ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଗଂଜାମରୁ ୧୩, କନ୍ଧମାଳ, ସୁବଣ୍ଣପୁର, ନବରଂଗପୁରରୁ ୧୧ ଜଣ ଲେଖାଏଁ, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତି, ମାଲକାନଗିରିରୁ ୬ ଜଣ ଲେଖାଏଁ, ଦେବଗଡ଼, ରାୟଗଡ଼ାରୁ ୪ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୧୮ ଜଣ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୧୦୧ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2ISnQy4