
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ କମ୍ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୬ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୪୦ ହଜାରରୁ କମ୍ ରହିଛି। ଦେଶରେ ପଜିଟିଭ୍ ହାର ଲଗାତାର ଭାବେ କମୁଥିବାବେଳେ ଦୈନିକ ପଜିଟିଭ୍ ହାର ପ୍ରଥମ ଥର ପାଇଁ ୪ ପ୍ରତିଶତରୁ କମ୍ ରହିଛି। ଦେଶରେ ଗତକାଲି ୩୭ ହଜାର ୯୭୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମଣ ସଂଖ୍ୟା ୯୧ ଲକ୍ଷ ୭୭ ହଜାର ୮୪୦କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୩୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୩.୭୬ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ୪.୭୮ ପ୍ରତିଶତ ରହିଛି ଏବଂ ମୃତ୍ୟୁହାର ୧.୪୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ଗତ କିଛି ଦିନ ଧରି ୪ ଲକ୍ଷ ୫୦ ହଜାରରୁ କମ୍ ରହୁଛି। ଏବେ ମୋଟ୍ ୪ ଲକ୍ଷ ୩୮ ହଜାର ୬୬୭ ସକ୍ରିୟ ମାମଲା ରହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍ ସମୀକ୍ଷା ବୈଠକ କରିଥିବାବେଳେ ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୈଠକରେ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ୩ ସୂତ୍ରୀ ଟାର୍ଗେଟ୍ ଦେଇଥିଲେ। ଏହି ଟାର୍ଗେଟ୍ଗୁଡ଼ିକ ହେଉଛି, ନୂଆ ସଂକ୍ରମଣ ମାମଲାକୁ ୫ ପ୍ରତିଶତରୁ କମ୍ ସ୍ଥିତିକୁ ଆଣିବା ଏବଂ ମୃତ୍ୟୁ ହାର ୧ ପ୍ରତିଶତରୁ କମ୍ ରଖିବା। ତେବେ କଣ୍ଟେନମେଣ୍ଟ୍ ଜୋନ୍ ଗୁଡ଼ିକ ଉପରେ ସ୍ବତନ୍ତ୍ର ଫୋକସ୍ କରିବା ଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାପାଇଁ ଶାହ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ଶାହ କହିଛନ୍ତି ପ୍ରତି ସପ୍ତାହରେ ଅଧିକାରୀମାନେ ରେଡ୍ ଜୋନ୍ ବୁଲନ୍ତୁ ଏବଂ ସଂଗ୍ରହ କରୁଥିବା ତଥ୍ୟ ଆଧାରରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଷ୍ଟାଟସ୍ ପରିବର୍ତ୍ତନ କରିବା ଉଚିତ୍। ବର୍ତ୍ତମାନ ସମୟରେ ପ୍ରତି ୧୫ ଦିନରେ ଥରେ କଣ୍ଟେନ୍ମେଣ୍ଟ୍ ଜୋନ୍ର ତଥ୍ୟ ସଂଗ୍ରହ ହେଉଛି। ତେବେ ଏହାକୁ ୧ ସପ୍ତାହକୁ ଆଣିବାପାଇଁ ଶାହ କହିଛନ୍ତି । ଏହି ୩ଟି ଟାର୍ଗେଟ୍ ହାସଲ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ କ୍ଷମତା ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶାହ କହିଛନ୍ତି।
The post ଦୈନିକ ପଜିଟିଭ୍ ହାର ୪%ରୁ କମ୍, ୩୭ ହଜାର ନୂଆ ସଂକ୍ରମଣ first appeared on Sambad.
from କରୋନା – Sambad https://ift.tt/3fuhfFY
0 Comments